Odisha News

ସର୍କିଟ ହାଉସଠାରେ ବୌଦ୍ଧକୁ ପରିଦର୍ଶନରେ ଆସିଥିବା ଡେପୁଟି ସେକ୍ରେଟାରୀ (ଗୃହ ବିଭାଗ )ଏବଂ ସହକାରୀ ଉପ ବିଭାଗୀୟ ଅଧିକାରୀଙ୍କୁ ସ୍ବାଗତ କଲେ ଜ଼ିଲ୍ଲା ପ୍ରଶାସନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୨ : (ସୋମବାର) ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ସର୍କିଟ ହାଉସ୍ ଠାରେ ଜିଲ୍ଲାକୁ ଷ୍ଟଡି ଟୁରରେ ଆସିଥିବା ୩୮ ଜଣ ଅଧିକାରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ, ସମ୍ବର୍ଦ୍ଧନା ଦିଆ ଯାଇଛି ।
୨୦୨୧ ମସିହା ପଞ୍ଚମ ବ୍ୟାଚ(କ ବିଭାଗ )ର ଉକ୍ତ ୩୭ ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ ଙ୍କୁ ସର୍କିଟ ହାଉସ୍ ଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଅଙ୍କିତା ସାହୁ, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୂଏ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରୟଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରି ତାକାନ୍ତି ବଳିୟାର ସିଂହ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ବୌଦ୍ଧ ଜିଲ୍ଲାକୁ ସ୍ବାଗତ କରିଥିଲେ ।
ସମସ୍ତ ଅଧିକାରୀ ମଧ୍ୟାହ୍ନ ଭୋଜନ ପରେ ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ସ୍ଥିତ ନାରାୟଣ ନଗର ଗ୍ରାମ ପରିଦର୍ଶନ କରିବା ସହ ବୁଣାକାର ମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପରେ ପରେ ଚାରିଶମ୍ଭୁ ମନ୍ଦିର ଗସ୍ତ କରିଥିଲେ ।
ପରେ ସାହାଜପାଲ ଗ୍ରାମକୁ ଯାଇଥିଲେ । ସେଠାରୁ ଫେରିବା ପରେ ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହ ରେ ଓଡିଶା ସଚିବାଳୟ ପ୍ରତିଷ୍ଠାନର ସମସ୍ତ ଅଧିକାରୀଙ୍କୁ ଜ଼ିଲ୍ଲାପାଳ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।
ପରେ ପରେ ବୌଦ୍ଧ ଏକ ଛୋଟ ପ୍ରାମାଣିକ ଚଳଚିତ୍ର ଦେଖି ବହୁତ ଖୁସି ଅନୁଭବ କରିଥିଲେ । ପରେ ପରେ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନାଥ ହାଁ ସଦା, ସହକାରୀ ଯୋଗାଣ ଅଧିକାରୀ ପ୍ରିୟ ରଞ୍ଜନ ମେହେର, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର‌୍ୟ୍ୟ ନାରାୟଣ ବେହେରା, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜୀନ୍ଦ୍ର କିସାନ, ସହକାରୀ ନିର୍ଦ୍ଦେଶକ(ବୟନଶିଳ୍ପ ) ସୁଶାନ୍ତ ନାଏକ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟ (ମହିଳା, ଶିଶୁ ବିକାଶ ବିଭାଗ ) ପ୍ରୋଗ୍ରାମ ଅଫିସର ରୀନା ମହାନ୍ତି, ଗୀତାଞ୍ଜଳି ଦଲାଲ,ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପଧାନ, ସହକାରୀ ନିର୍ଦ୍ଦେଶକ (ଉଦ୍ୟାନ ବିଭାଗ ) ଯୋଗୀନ୍ଦ୍ରନାଥ ମହାପାତ୍ର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଉପସ୍ଥିତ ରହି ନିଜ ନିଜ ବିଭାଗ ର ବିଭିନ୍ନ ସ୍କିମ ଉପରେ ସବିଶେଷ ବିବରଣୀ ଓ ବିଭିନ୍ନ ଯୋଜନା ରେ ସରକାରୀ କାର୍ଯ୍ୟ କାରିତା ବିଷୟରେ ଉପସ୍ଥାପନ କରିଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡେପୁଟି କଲେକ୍ଟର ଅଙ୍କିତା ସାହୁ ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଗୃହ ବିଭାଗର ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ରବି ନାରାୟଣ ବାରିକ ପ୍ରଶାସନିକ ସହଯୋଗ ପାଇଁ ଜ଼ିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ସମସ୍ତ ସହକାରୀ ଉପ ବିଭାଗୀୟ ଅଧିକାରୀଙ୍କୁ ବୌଦ୍ଧ ଜ଼ିଲ୍ଲା ର ଅନ୍ୟାନ୍ୟ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆହ୍ୱାନ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ସହକାରୀ ଉପ ବିଭାଗୀୟ ଅଧିକାରୀ ଦିବ୍ୟଜ୍ୟୋତି ଦାଶ, ଜନ୍ମେଞ୍ଜୟ ବେହେରା ଓ ରମେଶ ମହାନ୍ତି ନିଜ ଅନୁଭୂତି ବଖାଣିବା ସହ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ର ସମସ୍ତ ଅଫିସର ଟିମ ଏବଂ ଜ଼ିଲ୍ଲାପାଳ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି ପରିଦର୍ଶନ, ବୈଠକ ରେ ଜ଼ିଲ୍ଲା ପାଠାଗାର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ବୀର କିଶୋର କର୍ମୀ, କର୍ମଚାରୀ ସଂଜିତ କୁମାର ଜେନା ଉପସ୍ଥିତ ରହି ସହଯୋଗ କରିଥିଲେ ।
ଆସନ୍ତାକାଲି ଏହି ଅଧିକାରୀ ମାନେ ରାମେଶ୍ୱର ମନ୍ଦିର, ଚନ୍ଦ୍ରଚୂଡ଼ମନ୍ଦିର,ବୀରନରସିଂହପୁର ସ୍ଥିତ ରାମକୃଷ୍ଣ ଵାଳାଶ୍ରମ ପରିଦର୍ଶନ କରି ଫୁଲବାଣୀ ଜ଼ିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Related Posts