ସର୍କିଟ ହାଉସଠାରେ ବାଲି ଓ ଗଞ୍ଜେଇ ଚୋରା ଚାଲାଣକୁ ନେଇ ପୂର୍ବତନ ବିଧାୟକ ସୁଜିତ୍ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୨ : ବୁଧବାର ଦିନ ୧୨.୧୦ ମିନିଟ ସମୟରେ ବୌଦ୍ଧର ପୂର୍ବତନ ବିଧାୟକ ସୁଜିତ୍ ପାଢୀ ଜିଲ୍ଲାରେ ବୃଦ୍ଧି ପାଉଥିବା ବାଲି ଓ ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ହରଭଙ୍ଗା ବ୍ଲକର ହରଭଙ୍ଗା, ସୁରୁଣ୍ଡି, ଡିଆଁଘାଟ, କୃଷ୍ଣ ମୋହନ ପୁର ଓ ଖର ସଙ୍କୁଲେଇ ଆଦି ମହାନଦୀ ବାଲି ଘାଟ ଗୁଡିକରୁ ବେଆଇନ ବାଲି ଉତ୍ତୋଳନ ଓ ବିନା ଟ୍ରାଞ୍ଜିଟ୍ ପାସରେ ବାଲି ଚାଲାଣ ହେଉଥିବା ଅଭିଯୋଗ କରିଥିଲେ ।
ଜିଲ୍ଲାପାଳଙ୍କୁ ସେ ନିଜେ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ପ୍ରଶାସନ ତାହାର ପ୍ରାପ୍ତି ସ୍ବୀକାର କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ ।
ଫଳରେ ଜିଲ୍ଲା ପ୍ରଶାସନ, ରାଜସ୍ୱ, ଖଣି ଓ ପୋଲିସ୍ ବିଭାଗ ସହ ଲିଜଧାରୀଙ୍କ ମଧୁ ଚନ୍ଦ୍ରିକାରେ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ଚାଲିଥିବା ସ୍ପଷ୍ଟ ହୋଇ ଯାଇଛି ବୋଲି ଅଭିଯୋଗ କରିଛନ୍ତି ।
ସେହିପରି ଜିଲ୍ଲାରେ ବର୍ଷକୁ ବର୍ଷ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନର ବିଫଳତା କିମ୍ବା ମାଫିଆଙ୍କୁ ସହାୟତା କୌଣସି ଏକ କାରଣ ହୋଇପାରେ ବୋଲି ତାତ୍ସଲ୍ୟ କରିଥିଲେ ।




