Odisha News

ସମ୍ୱିଧାନ ଗୋଟିଏ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ଓ ଶ୍ରେଷ୍ଠ କିର୍ତ୍ତୀ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ତା ୨୬/୧ : ସମ୍ୱିଧାନ ଗୋଟିଏ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ଓ ଶ୍ରେଷ୍ଠ କିର୍ତ୍ତୀ ବୋଲି ଭାରପ୍ରାପ୍ତ ଜିଲ୍ଳପାଳ ଅକ୍ଷୟ କୁମାର ମଲ୍ଲିକ ମତ ବ୍ୟକ୍ତ କରିଚ୍ଥନ୍ତି । ବୁଧବାର ଯାଜପୁର ଜିଲ୍ଳା ସ୍କୁଲ ପଡିଆ ଠାରେ ୭୩ ତମ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉୋଳନ ଓ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରି ଶ୍ରୀ ମଲ୍ଳିକ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବୀର ସ୍ୱାଧୀନତା ସଂଗ୍ରାମୀ, ସମ୍ୱିଧାନ ପ୍ରଣେତା ଡଃ ଭୀମରାଓ ଆମ୍ୱେଦକର ଓ ଅନ୍ୟାନ୍ୟ ବୀର ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
୧୯୪୭ ଅଗଷ୍ଟ ୧୫ ରେ ଆମେ ସ୍ୱାଧୀନତା ହାସଲ କରିଥିଲେ ମଧ୍ୟ ୧୯୫୦ ଆଜିର ଦିବସରେ ଆମ ନିଜସ୍ୱ ସମ୍ୱିଧାନ ପ୍ରଣୟନ କରିବାର ଗୈାରବ ଅର୍ଜନ କରିଥିଲେ । ଆମ ସମ୍ୱିଧାନ ବିଶ୍ୱର ସର୍ବାପେକ୍ଷା ଲିଖିତ ବୃହ ସମ୍ୱିଧାନ, ଯାହାକୁ ଆମ ଶାସନ ଓ ଆଇନ ବ୍ୟବସ୍ଥାର ଦର୍ପଣ ବୋଲି ଅଭିହିତ କରାଯାଇଚ୍ଥି ବୋଲି ସେ କହିଥିଲେ । ଜିଲ୍ଳାର ପ୍ରାତଃ ସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀ ମାୟାଧର ଭୂୟାଁ, ହାଡିବନ୍ଧୁ ପଣ୍ଡା, ସାନନ୍ଦ ସ୍ୱାଇଁ ଓ ସାଉଁଟି ମଲ୍ଲିକଙ୍କ ବଳୀଦାନକୁ ସ୍ମରଣ ସହ ଅନ୍ୟାନ୍ୟ ସଂଗ୍ରାମୀ ମାନଙ୍କ ଅବଦାନ ସ୍ୱାଧୀନତା ପାଇଁ ଅବିସ୍ମରଣୀୟ ।
ଯାଜପୁର ଓଡିଶାର ପ୍ରାଚୀନ ରାଜଧାନୀ । ଧାର୍ମିକ, ଐତିହାସିକ, ପୈାରାଣିକ ଓ ରାଜନୈତିକ କ୍ଷେତ୍ରରେ ଯାଜପୁରର ସ୍ୱତନ୍ତ୍ରତା ରହିଚ୍ଥି । ବୈାଦ୍ଧ, ଜୈନ, ଶୈବ, ଶାକ୍ତ, ବୈଷ୍ଣବ ଇତ୍ୟାଦି ବିଭିନ୍ନ ଧର୍ମ ଓ ସଂସ୍କୃତିର ଏକ ମିଳନ କ୍ଷେତ୍ର । ଏହା ଜିଲ୍ଳାର କଳା, ଭାସ୍କର୍ଯ୍ୟ, ସଂସ୍କୃତି, ସ୍ଥାପତ୍ୟ, ସାହିତ୍ୟ ଅତ୍ୟନ୍ତ ଋଦ୍ଧିମନ୍ତ , ଯାହା ବିଶ୍ୱକୁ ଚମତ୍କୃତ କରିଚ୍ଥି ବୋଲି ଶ୍ରୀ ମଲ୍ଳିକ କହିବା ସହ ସମ୍ମିଳିତ ଉଦ୍ୟମ ଦ୍ୱାରା ଆମ ସ୍ୱାଧୀନତା, ଦେଶର ଅଖଣ୍ଡତାକୁ ଅକ୍ଷୂର୍ଣ୍ଣ ରଖି ଏକ ବିକଶିତ ଉନ୍ନତ ରାଷ୍ଟ୍ର ଗଠନରେ ସହଭାଗି ହେବାକୁ ସେ ଆହ୍ୱାନ ଦେଇଥିଲେ ।
କରୋନା କଟକଣା ପାଇଁ ଏହି କାର୍ଯ୍ୟରେ କେବଳ ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାରାଣ୍ଡିଙ୍କ ନେତୃତ୍ୱରେ ପୋଲିସ ବାହିନୀ ପଡିଆରେ ଉପସ୍ଥିତ ଥିବାବେଳେ ପୋଲିସ ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା । ଏସ୍.ପି. ରାହୁଲ ପି.ଆର୍., ଅତିରିକ୍ତ ଜିଲ୍ଳାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରି ନାରାୟଣ ବାରିକ, ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଳା ଶିକ୍ଷା ଅଧିକାରୀ ରଂଜନ ଗିରି, ପ୍ରମୁଖ ଯୋଗ ଦେଇଥିଲେ ।
କୋଭିଡ କଟକଣା ଓ ମାର୍ଗଦର୍ଶିକା ଅନୁସାରେ କେବଳ ସ୍ୱଳ୍ପ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମୀ ଓ ସପେଂଇ କର୍ମଚାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯାଇଥିଲା । ପୂର୍ବାହ୍ନରେ ଜିଲ୍ଳ୍ କାର୍ଯ୍ୟାଳୟ ଓ ଯାଜପୁର ପୈାର କାର୍ଯ୍ୟାଳୟରେ ଭାରପ୍ରାପ୍ତ ଜିଲ୍ଳାପାଳ, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉୋଳନ କରାଯାଇଥିଲା ।
ଗାନ୍ଧି ଚ୍ଥକ ସ୍ଥିତ ଗାନ୍ଧିଜୀ ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିର୍ମୂର୍ତ୍ତିରେ ମୁଖ୍ୟ ଅତିଥି ଓ ଅନ୍ୟମାନେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍.ପି. ନାରାୟଣ ବାରିକ, ଏସ୍.ଡି.ପି.ଓ. ସରୋଜ କୁମା ଉପାଧ୍ୟାୟ, ଆଇ.ଆଇ.ସି., ଯାଜପୁର ଅଜୟ କୁମାର ଜେନା, ଡେପୁଟୀ କଲେକ୍ଟର କୁଳମଣି ନାୟକ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ପୂର୍ବରୁ ଅନଲାଇନ ମାଧ୍ୟମରେ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ମାଧ୍ୟମରେ ଟ୍ରପିଂ ଓ ମାନପତ୍ର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଲୋକ ସଂପର୍କ ଅଧିକାରୀ ଅବଗତ କରାଇଚ୍ଥନ୍ତି ।

Related Posts

Seo wordpress plugin by www.seowizard.org.