ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜସ୍ବ ବିଭାଗର ପ୍ରସ୍ତୁତି, ବିଜୁଳି ବିଲ୍ ନଦେଇପାରିଲେବି କଟାଯିବନି ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର,୭/୩: ବିଦ୍ୟୁତ ବିଲ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏଣିକି ଉପଭୋକ୍ତା ବିଲ ନ ଦେଇ ପାରିଲେ ଘରୁ ବିଦ୍ୟୁତ କଟିବନି।
Odisha Electricity: ବିଲ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଘୋଷିତ ବିଦ୍ୟୁତ କାଟ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅଚଳ ନଳକୂପ ୪୮ ଘଣ୍ଟା ମଧ୍ୟରେ ମରାମତି ହେବା ସହ ଗୃହପାଳିତ ଓ ବୁଲା ପଶୁପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି।