ସମ୍ବିଧାନ ଓ ଜରୁରୀ ପରିସ୍ଥିତି ଆଭାସି ଆଲୋଚନା
ବରଦା ଦାସଙ୍କ ରିପୋର୍ଟ
କଟକ ,୨୬/୧: ଆମ ସମ୍ବିଧାନ ଭଲ ଲୋକଙ୍କ ହାତରେ ପଡ଼ିଲେ ଭଲ, ଖରାପ ଲୋକଙ୍କ ହାତରେ ପଡ଼ିଲେ ଖରାପ ବୋଲି ମତ ପ୍ରକାଶ ପାଇଛି । ଥିଙ୍କର୍ଶ କ୍ଲବ ର ୧୪୬ ତମ ଆଭାସି ଆଲୋଚନା ସମୟ ର ମୁଖ୍ୟ ସମ୍ପାଦକ ଶ୍ରୀ ଗୁରୁ କଲ୍ୟାଣ ମହାପାତ୍ର ଶୁଭାରମ୍ଭ କରି ଭାରତ ଇତିହାସରେ କଳା ଶାସନ ସଂପର୍କରେ କହିଥିଲେ ।
ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଓ ବରିଷ୍ଠ ପ୍ରଶାସକ ବିବେକ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଘୋଷିତ ନଭେମ୍ବର ୨୬ ସମ୍ବିଧାନ ଦିବସ ଠାରୁ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଦୁଇ ମାସ ଧରି ପ୍ରତି ସପ୍ତାହରେ ସମ୍ବିଧାନ ର ଗୌରବ ଗାଥା ବିଷୟରେ ତଥ୍ୟ ପୂର୍ଣ୍ଣ ଜନ ସଚେତନ ସୃଷ୍ଟି ପାଇଁ ଅନେକ ଗୁରୁତ୍ତ୍ୱପୂର୍ଣ ବିଷୟରେ ଆଭ।ସି ଆଲୋଚନା ଅନୁଷ୍ଠିତ ହୋଇଥିବା ସଂପର୍କରେ ମତ ବ୍ୟକ୍ତ କରିଥିଲେ ।
ଏହା ୟୁ ଟ୍ୟୁବ୍ ରେ ଉପଲବ୍ଧ ।ଆଗ୍ରହୀ ବ୍ୟକ୍ତି ସେଗୁଡିକ ଶୁଣିବା ଉଚିତ୍ । ନୀଳଗିରି ରାଣୀ ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ, ଡ ଦିପାୟନ୍ ପଟ୍ଟନାୟକ ବିଶଦ ଭାବେ ଆଲୋଚନା କରିଥିଲେ ।
ଏ ସଂପର୍କରେ ପ୍ରକାଶିତ ହେବାକୁ ଥିବା ବିଶେଷ ସ୍ମରଣିକା ରେ ଏହା ପ୍ରକାଶିତ ହେବ । ଥିଙ୍କର୍ସ କ୍ଲବ ସଭାପତି ଅଧିବକ୍ତା ବରଦା ଦାସ କହିଲେ ଅନ୍ୟାନ୍ୟ ଆଲୋଚନା ସହ ଆମ ପାଇଁ ଆମ ସମ୍ବିଧାନ ଓ ଗଣମାଧ୍ୟମର ଭୂମିକା ଶୀର୍ଷକ ସ୍ଵତନ୍ତ୍ର ଆଲୋଚନା କରାଯିବ । ଆଗ୍ରହୀ ସାମ୍ବାଦିକ ବ୍ୟକ୍ତି ଆମ ସହ ଅଂଶ ଗ୍ରହଣ ପାଇଁ ଯୋଗାଯୋଗ କରିପାରିବେ ବୋଲି କହିଥିଲେ।
ଶେଷରେ ଥିଙ୍କର୍ସ କ୍ଲବ ର ସକ୍ରିୟ ସଭ୍ୟ ଅବସର ପୂର୍ତ୍ତ ସଚିବ ଡ ନନ୍ଦ ନନ୍ଦନ ଦାସ ଙ୍କ ପତ୍ନୀ ଙ୍କ ଅକାଳ ବିୟୋଗ ଜନିତ ଶ୍ରାଦ୍ଧ ଦିବସରେ ସମସ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ସମ୍ପାଦକ ଉମାଶଙ୍କର ମିଶ୍ର ସମସ୍ତଙ୍କ ଯୋଗଦାନ ଓ ସହଯୋଗ ପାଇଁ ଧନ୍ୟବାଦ୍ ଦେଇଥିଲେ । ଛତିଶଗଡ଼ ରାୟଗଡ଼ ରୁ ପ୍ରତାପ ରାଉତ ଆଲୋଚନା କରିଥିଲେ । ଜ୍ୟୋତି ମଲ୍ଲ ବୈଷୟିକ ପରିଚାଳନା ରେ ସହାୟତା କରିଥିଲେ ।ପରବର୍ତ୍ତୀ ଆଲୋଚନା ଦାର୍ଶନିକ କୃଷ୍ଣମୂର୍ତ୍ତି ଙ୍କ ଜୀବନ ଦର୍ଶନ ଓ ଧ୍ୟାନ ବିଷୟରେ ସଂଗଠିତ ହେବ ।




