ସମୁଦ୍ର ଭିତରେ ସେଲଫି ନେବା ପଡିଲା ମହଙ୍ଗା, ସୌଭାଗ୍ୟବଶତ ମୃତ୍ୟୁ ମୁଖରୁ ରକ୍ଷା ପାଇଲା ଯୁବକ
ଭୋଗରାଇ, ୧୪/୮: କଥାରେ ଅଛି ରଖେ ହରି ତ ମରିବ କିଏ । ପଶ୍ଚିମବଙ୍ଗର ଦିଘା ଠାରେ ସମୁଦ୍ରରେ ଗାଧୋଇ ବା ସମୟରେ ସେଲ୍ଫି ନେବା ମାହାଙ୍ଗା ପଡିଛି ଜଣେ ଯୁବକଙ୍କୁ ।
ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । ଯାହାର ଲାଇଭ୍ ଭିଡିଓ ପର୍ଯ୍ୟଟକ ମାନେ ଉଠାଇଛନ୍ତି । ସୂଚନା ଅନୁସାରେ ବଙ୍ଗୋପସାଗରରେ ଲଗୁଚାପ ଚାପ ଏବଂ ଉଚ୍ଚ ଜୁଆରର ମିଶ୍ରଣ ହେତୁ ସମୁଦ୍ରରେ ଉତ୍ତାଳ ଦେଖାଯାଇଥିଲା ।
ପର୍ଯ୍ୟଟକମାନଙ୍କୁ ସମୁଦ୍ରକୁ ଯିବା ପାଇଁ ପ୍ରଶାସନ ମନା କରିଥିଲା । ମାତ୍ର ଏହି ସମୟରେ ଜଣେ ଯୁବକ ସମୁଦ୍ରର ଢେଉରେ ସେଲ୍ଫି ମଜା ନେବା ସମୟରେ ପଡ଼ିଯାଇଥିଲେ ।
ପୋଲିସ ଓ ନାଗରିକ ପ୍ରତିରକ୍ଷା ପ୍ରତିନିଧୀ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରିଥିବା ବେଳେ ଦିଗା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଛନ୍ତି ।
ପଶ୍ଚିମ ମେଦିନୀପୁରର ଘାଟାଲରୁ ୧୦ ଜଣ ସାଙ୍ଗମାନଙ୍କ ସହିତ ଶୁଭପ୍ରସାଦ ମଣ୍ଡଳ ଦିଘା ବୁଲିବା ପାଇଁ ଆସି ଥିବା ବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।