Odisha News

ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ନେଇ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମୀକ୍ଷା କଲେ ମନ୍ତ୍ରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୨: ଜିଲାରେ ଚାଲିଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ନେଇ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମୀକ୍ଷା କରିଛନ୍ତି ।
ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସୌଜନ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୁଲ୍ୟରେ ଜିଲା ସମସ୍ତ କଲେଜ ଗୁଡିକରେ ନୂଆଁ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଚାଲିଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା, ସାମାଜିକ କାର୍ଯ୍ୟକଳାପ, କଳା ଓ ସାଂସ୍କୃତିକ ସମନ୍ବିତ ସମାରୋହ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଅଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ସଠିକ ଭାବରେ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ବୈଠକରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ , ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ଜିଲା ଶିକ୍ଷା ଅଧିକାରୀ ଗେଂଦେରା କୁଜୁରଙ୍କ ସମତେ ବିଭିନ୍ନ କଲେଜର ଅଧକ୍ଷମାନେ ଉପସ୍ଥିତ ରହିଥିଲେ ।

Related Posts

Seo wordpress plugin by www.seowizard.org.