Odisha News

ସଡ଼କ ଦୁର୍ଘଟଣାରେ ପୂର୍ବତନ ବିଧାୟକଙ୍କ ପରଲୋକ

ଯାଜପୁର,୪/୨: ବିଞ୍ଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ଆଜି ସକାଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯାଜପୁର ସଦର ଥାନା ବରୁହାଁ ନିକଟରେ ଖରସ୍ରୋତା ନଦୀବନ୍ଧ ଉପରେ ତାଙ୍କ ବାଇକ୍କୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା। ଏଥିରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହଯୋଗୀ ଗୁରୁତର ହୋଇଛନ୍ତି।
ଆଜି ସକାଳେ ଅର୍ଜୁନ ଚରଣ ଦାସ ଭୁବନେଶ୍ୱରରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ନିଜ ସହଯୋଗୀଙ୍କ ସହ ବାଇକ୍ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଲି ବୋଝେଇ ହାଇୱାଟି ତାଙ୍କ ବାଇକ୍କୁ ପଛପଟୁ ଧକ୍କା ଦେଇଥିଲା। ଅର୍ଜୁନ ଚରଣ ଦାସ ଓ ତାଙ୍କ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅର୍ଜୁନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ସହଯୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି।
ଯାଜପୁର ସଦର ପୁଲିସ ବାଲି ବୋଝେଇ ହାଇୱାକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଚାଳକ ଫେରାର ହୋଇଯାଇଛି।

Related Posts

Seo wordpress plugin by www.seowizard.org.