Odisha News

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ, ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଅନୁମାନ

ନୂଆଦିଲ୍ଳୀ,୩୧/୧: ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହୋଇଥିବା ଏହି ୨୦୨୨-୨୩ ସର୍ବେକ୍ଷଣରେ ସୂଚନା ଦେଇଛନ୍ତି ଯେ ଆର୍ଥିକ ବର୍ଷ ୨୦୨୩ରେ ଜିଡିପି ଅବିବୃଦ୍ଧି ୭ ପ୍ରତିଶତ ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଇଛି।
ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ। ମହାମାରୀ ସମୟରେ ମନ୍ଥର ହୋଇ ଯାଇଥିବା ଅର୍ଥନୀତି ପୁଣି ଥରେ ଉଦ୍ଧାର ‌ହୋଇଛି ବୋଲି ସର୍ବେକ୍ଷଣ କାଗଜପତ୍ରରେ ଉଲ୍ଲେଖ କରାଯାଇଛି।
ଆପଣ ଜାଣନ୍ତି ଯେ ଆସନ୍ତାକାଲି ହେବାକୁ ଥିବା ବଜେଟ ଅଧିବେଶନରେ ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ।
ଅର୍ଥନୈତିକ ସର୍ଭେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରିଥାଏ । ଏଥିରେ ଅର୍ଥନୀତିର ପ୍ରଦର୍ଶନ, ବିଭିନ୍ନ କ୍ଷେତ୍ରର ସ୍ଥିତି ଓ ପୂର୍ବାନୁମାନ, ସରକାରଙ୍କ ପ୍ରମୁଖ କାର‌୍ୟ୍ୟକ୍ରମଗୁଡ଼ିକର ଅଗ୍ରଗତି, ସଫଳତା-ବିଫଳତା, ଅର୍ଥନୀତିର ପୂର୍ବାନୁମାନ ଆଦି ସଂପର୍କରେ ବର୍ଣ୍ଣନା ରହିଥାଏ ।
ସାଧାରଣତଃ ବଜେଟ ଉପସ୍ଥାପନର ଏକ ଦିନ ପୂର୍ବରୁ ଲୋକସଭାରେ ଏହାର ଉପସ୍ଥାପନ କରାଯାଇଥାଏ । ସାଧାରଣତଃ ଅର୍ଥନୈତିକ ସର୍ଭେ ମାଧ୍ୟମରେ ସରକାରଙ୍କ ବଜେଟ କେଉଁ ଦିଗରେ ଯିବ ସେ ସଂପର୍କରେ ଏକ ଧାରଣା ମିଳିଥାଏ ।

Related Posts

Seo wordpress plugin by www.seowizard.org.