Odisha News

“ଶ୍ରୀ ସୃଜନ” , ନୟାଗଡ଼ ଆୟୋଜିତ “ଭଜନ ସନ୍ଧ୍ୟା”

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୬/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ “ଶ୍ରୀ ସୃଜନ ନୟାଗଡ଼” (କଳା- ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ଦ୍ବାରା ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ସୁନ୍ଦର ଭଜନ, ସନ୍ଧ୍ୟାର ଆୟୋଜନ କରାଯାଥିଲା।
“ଶ୍ରୀ ସୃଜନ” ସଙ୍ଗୀତ ଅନୁଷ୍ଠାନର ସମସ୍ତ ସଦସ୍ୟ/ସଦସ୍ୟା , ଛାତ୍ର/ଛାତ୍ରୀଙ୍କ ସମେତ ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକଙ୍କ ଉପସ୍ଥିତିରେ ନୟାଗଡ଼ ଜିଲ୍ଲାର ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ।ଅନୁଷ୍ଠାନର ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ସୂଚାରୁ ନିର୍ଦ୍ଦେଶନାରେ ,ସମ୍ପାଦିକା ତଥା ସଙ୍ଗୀତ ଶିକ୍ଷୟତ୍ରୀ ଅଧ୍ୟାପିକା ଜୟଶ୍ରୀ ଦେବୀଙ୍କ ମଞ୍ଚ ପରିଚାଳନା ମଧ୍ୟରେ ମହାପ୍ରଭୁଙ୍କ ସୁନ୍ଦର ସୁନ୍ଦର ଭଜନ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା,ରଜତ ନାରାୟଣ ଷଡ଼ଙ୍ଗୀ, ଜୟଶ୍ରୀ ଦେବୀ, ସରୋଜ ମିଶ୍ର,ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସମେତ ଅନୁଷ୍ଠାନର ଛାତ୍ର/ଛାତ୍ରୀଙ୍କ ଦ୍ବାରା ପରିବେଷଣ କରାଯାଇ ଉପସ୍ଥିତ ଭକ୍ତମାନଙ୍କୁ ମୁଗ୍ଧ କରି ପାରିଥିଲା।
ଏହି ଅବସରରେ ଡ. ବିଜୟ ଚୌଧୁରୀଙ୍କ ରଚନାରେ, ଅଧ୍ୟାପିକା ଜୟଶ୍ରୀ ଦେବୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ,ରବୀନ୍ଦ୍ର ମହାପାତ୍ର ଓ ଜୟଶ୍ରୀ ଦେବୀଙ୍କ କଣ୍ଠ ଦାନରେ “କଳା କହ୍ନେଇ ତୁ ଦେଲେ ଅନେଇ” ସଙ୍ଗୀତ ଭିଡିଓର ଶୁଭ ଉନ୍ମୋଚନ ହୋଇଥିଲା।ଏହି ଗୀତଟି ଶ୍ରୀ ସୃଜନ ନୟାଗଡ ” ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଉପଲବ୍ଧ।

Related Posts

Seo wordpress plugin by www.seowizard.org.