Odisha News

ଶ୍ରୀଲଙ୍କାରେ ଶପଥ ନେଲେ ନୂଆ କାମଚଳା ରାଷ୍ଟ୍ରପତି

କଲମ୍ବୋ ୧୫।୦୭: ଶ୍ରୀଲଙ୍କାରେ ନୂଆ କାମଚଳା ରାଷ୍ଟ୍ରପତି ଭବେ ଶପଥ ନେଲେ ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଦେଶ ଛାଡି ପ୍ରଥମେ ମାଳଦ୍ୱୀପ ପଳାଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ଗୁରୁବାର ଦିନ ସିଙ୍ଗାପୁର ଅଭିମୁଖେ ବାହାରିଥିଲେ । ସେଠାରେ ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦୁବାଇ ଯିବେ ବୋଲି ସୂଚନା ରହିଛି । ଗୋଟବାୟାଙ୍କ ଇସ୍ତଫା ମଞ୍ଜୁର ପରେ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ସେନେଇ ଚାଲିଥିଲା ଅଙ୍କକଷା । ଆଉ ଏବେ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ଦେଶର କାମଚଳା ରାଷ୍ଟ୍ରପତି ଭାବେ ରାନିଲ୍ ବିକ୍ରମ ସିଂଘେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ ।

Related Posts

Seo wordpress plugin by www.seowizard.org.