ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା

ପୁରୀ ,୨୫/୧୧: ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇପାରିବେ ନାହିଁ ପୋଲିସ କର୍ମଚାରୀ । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି ।
ବିଶେଷ କାର୍ୟ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି । ପୁରୀ ଏସ୍ପିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ୱାର ଶ୍ରୀଜୀଉଙ୍କ ଫଟୋ ଭାଇରାଲ ପରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ