Odisha News

ଶ୍ରୀମନ୍ଦିରକୁ ନେଇ ବିଧାନସଭାରେ ବିବୃତ୍ତି ରଖିଲେ ମନ୍ତ୍ରୀ, ଶ୍ରୀମନ୍ଦିର ପ୍ରତି ସେମିତି କିଛି ବିପଦ ନାହିଁ

ଭୁବନେଶ୍ୱର, ୨୯/୩: ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଗାତ ଖୋଳିବାକୁ ନେଇ ବିବାଦ ପ୍ରସଙ୍ଗରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ବିପଦ ନାହିଁ ।
ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମନ୍ଦିରକୁ ନେଇ କୌଣସି ବିପଦ ନାହିଁ । ମାର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ ବିଭିନ୍ନ କମିଟି ଗଠନ ହେବ ସେହି ସମୟରେ ଶ୍ରୀ ମନ୍ଦିର ବିବାଦ ନେଇ ଏକ କିମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ୨୭ ଫେବ୍ରୁଆରୀ ୨୦୨୧ରେ ସର୍ବ ସମ୍ମତି କ୍ରମେ ସଂକଳ୍ପ ପ୍ରସ୍ତାଵ ପାରିତ ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ଉଲ୍ଲେଖଯୋଗ୍ୟ, ବିଧାନସଭାର ଶୂନ୍ୟକାଳରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିଥିଲା। ବିକାଶମୂଳକ କାର‌୍ୟ୍ୟକୁ କେହି ବିରୋଧ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା।
ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ। କାମ ଯୋଗୁଁ ସୃଷ୍ଟ ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ପୁଣି ଏଏସଆଇ ଓ ଏଏନଏମ୍ କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ। ପ୍ରକୃତରେ ବାସ୍ତବ କଥା କଣ ତାହା ସାମ୍ନାକୁ ଆସିବା ଦରକାର।
ତେଣୁ ବିଧାନସଭା ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବି କରିଥିଲେ। ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି ଜଣାଇଥିଲେ।

Related Posts

Seo wordpress plugin by www.seowizard.org.