Odisha News

ଶ୍ରଦ୍ଧାଞ୍ଜଳିଙ୍କୁ ଇଡର ମାରାଥନ ଜେରା

ଭୁବନେଶ୍ୱର,୨୫/୧୧: ଅର୍ଚ୍ଚନା ନାଗ ମାମଲାରେ ଦ୍ୱିତିୟ ଥର ପାଇଁ ଇଡିରେ ହାଜର ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ନାଗ ଫାଶର କଳା ସାମ୍ରାଜ୍ୟ ଓ ଆଥିକ କାରବାରର ଗୁମର ଖୋଲିବାକୁ ଇଡି ଖୋଲତାଡ଼ ଜାରି ରଖିଛି । ଅର୍ଚ୍ଚନାଙ୍କ ନିକଟତମ ସହଯୋଗୀ ବ୍ଲାକମେଲିଂ ପାର୍ଟର କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କଠୁ ଆହୁରି ତଥ୍ୟ ଓଗାଳିବ ଇଡି ।
ପୂର୍ବରୁ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଆମ୍ନାସାମ୍ନା ଜେରା ପରେ ଆଜି ପୁଣି ଥରେ ତାଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବ ଜେରାରୁ ମିଳିଥିବା ତଥ୍ୟ ଓ ୩ କୋଟି ବ୍ଲାକମେଲିଂର ଅସଲ କାରଣ ଖୋଜାଯିବ । ସବୁଠୁ ବଡ଼ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ସଜବାଜ ହେଉଛି ତଦନ୍ତକାରୀ ସଂସ୍ଥା । ତେଣୁ ତା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ପଚରାଉଚରା ବେଶ୍ ଗୁରୁତ୍ୱବହନ କରୁଛି ।

Related Posts

Seo wordpress plugin by www.seowizard.org.