Odisha News

ଶେଷହେଲା ସପ୍ତଦଶ ବୌଦ୍ଧ ପୁସ୍ତକମେଳା, ସ୍ମରଣିକା ଉନ୍ମୋଚିତ ଓ ପ୍ରତିଭାବାନଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧୨: ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ଦ୍ୱାରା ଗତ ୨ ତାରିଖଠାରୁ ଆୟୋଜିତ ହୋଇଥିବା ସପ୍ତଦଶ ବୌଦ୍ଧ ପୁସ୍ତକମେଳା ବୁଧବାର ସନ୍ଧ୍ୟାରେ ଉଦ୍‌୍‌ଯାପିତ ହୋଇଯାଇଛି ।
ପୁସ୍ତକମେଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୈନିକ ସକାଳ ଖବରକାଗଜର ପ୍ରକାଶକ ଅମିତ କୁମାର ମଲ୍ଲିକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲା, ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ଯୋଗଦେଇ ମା’ ଭୈରବୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।
ବରିଷ୍ଠ ସାମ୍ବାଦିକ ସତ୍ୟଜିତ୍ କୁମାର ପଣ୍ଡା ମଂଚ ପରିଚାଳନା କରିଥିଲେ । ପୁସ୍ତକମେଳା ମଞ୍ଚରେ ଜର୍ଣ୍ଣାଲିଷ୍ଟ ଫୋରମ୍‌୍‌ର ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଞ୍ଜୀବ କୁମାର ପ୍ରହରାଜଙ୍କ ଦ୍ୱାରା କାଳିଦାସଙ୍କ ମେଘଦୂତ କାବ୍ୟର ଓଡ଼ିଆ ପଦ୍ୟାନୁବାଦ ପୁସ୍ତକକୁ ମଧ୍ୟ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ବାର୍ତ୍ତାବହ ସମ୍ମାନରେ ‘ସକାଳ’ର ପ୍ରକାଶକ ଅମିତ କୁମାର ମଲ୍ଲିକଙ୍କୁ ସମ୍ମାନୀତ କରାଯାଇଥିଲା ।
ସେହିପରି ବୌଦ୍ଧ ପୁସ୍ତକମେଳା ସ୍ୱତନ୍ତ୍ର ସମ୍ମାନରେ ଡା. ଶଙ୍କର ରାମଚନ୍ଦାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଜିଲ୍ଲାସ୍ତରୀୟ ପୁସ୍ତକମେଳା ସମ୍ମାନରେ ସମୟ ଖବରକାଗଜର ଜିଲ୍ଲା ପ୍ରତିନିଧି ରଘୁନାଥ ଷଡଙ୍ଗୀଙ୍କୁ, ସାହିତ୍ୟ କ୍ଷେତ୍ରରେ ସଞ୍ଜିବ କୁମାର ପ୍ରହରାଜ ଓ ସମାଜସେବା କ୍ଷେତ୍ରରେ ବୌଦ୍ଧଜିଲ୍ଲା ଡ୍ରାଇଭର ମହାସଂଘକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଚଳିତବର୍ଷ ଓଏଏସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବୌଦ୍ଧ ଜିଲ୍ଲାର ଶାଶ୍ୱତ ଶୋଭନ ମହାପାତ୍ର, ଶୁଭ୍ରଜିତା ଭୋଇ, ସାର୍ଥକ ଦତ୍ତ, ପ୍ରଦ୍ୟୁମ୍ନ କୁମାର ଦୀପଙ୍କୁ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ପୂର୍ବରୁ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବ ପରେ ଅନୁଷ୍ଠିତ ସଂଗୀତ ସଂଧ୍ୟାରେ ଛତିଶଗଡ ରାୟପୁର, ସମ୍ବଲପୁର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଜିଲ୍ଲାର ବିଭିନ୍ନ ଅଂଚଳରେ ପାଳିତ ହେଲା ଚୁଡାଖାଇ ଯାତ୍ରା, ମର୍ଜାକୁଦରେ ଭିନ୍ନ ପରମ୍ପରା
ବୌଦ୍ଧ, ୯/୧୨: ବୌଦ୍ଧଗଡ ଏନଏଏସିର ୨ ଗୋଟି ୱାର୍ଡକୁ ନେଇ ଗଠିତ ମର୍ଯ୍ୟାକୁଦ । ମର୍ଯାକୁଦକୁ ବୌଦ୍ଧର ଦ୍ୱୀପ କୁହାଯାଏ । ଏହି ମର୍ଯାକୁଦଟି ମହାନଦୀର ମଧ୍ୟରେ ଅବସ୍ଥିତ । ଗ୍ରାମଟିର ଚର୍ତ୍ତୁପାଶ୍ୱର୍ ମହାନଦୀ ରହିଅଛି । କିନ୍ତୁ ଏଠାର ଏକ ଭିନ୍ନର ଧରଣର ଯାତ୍ରା ହୋଇଥାଏ ଏବଂ ସେହି ଯାତ୍ରାକୁ ଚୂଡାଖାଇ ଯାତ୍ରା ବା ସତୀକନ୍ୟା ଯାତ୍ରା ବୋଲି କହନ୍ତି । ଏହି ଯାତ୍ରାରେ ମୁଖ୍ୟତଃ ଅଶ୍ଳୀଳ ଗୀତକୁ ନେଇ ହୋଇଥାଏ । ଗୁରୁବାର ମାର୍ଗଶୀର ମାସ ପୁର୍ଣ୍ଣିମା ଦିନ ପାଳିତ ହୋଇଛି ଚୂଡାଖାଇ ଯାତ୍ରା । ଯାତ୍ରାରେ ବିଶେଷତଃ ହେଲା ଅଶ୍ଳୀଳ ଗୀତ ଗାନ ।
ଅଶ୍ଳିଳ ନ ବୋଲିଲେ ଗାଁରେ ଅମଙ୍ଗଳ ହୁଏ ଏଭଳି ଏକ ଅନ୍ଧ ବିଶ୍ୱାସ ପର୍ବଟି କାହିଁ କେଉଁ ଆବାହନ କାଳରୁ ଗାଁରେ ରହିଆସିଛି । ଯାତ୍ରା ଦିନ ଗ୍ରାମର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଯୁବତୀ ଓ ବୃଦ୍ଧ ବୃଦ୍ଧା ଏକତ୍ରିତ ହୋଇ ଏହି ଅଶ୍ଳିଳ ଗାନ କରି ଯାତ୍ରାରେ ବିରାଟ ପଟୁଆରରେ ଗାଁ ପରିକ୍ରମା କରିଥାନ୍ତି । ଗାଁର ଇଷ୍ଟଦେବୀ ମାଁ ସତୀ କନ୍ୟାଙ୍କ ଠାରେ ଗ୍ରାମର ମହିଳାମାନେ ଏହି ଯାତ୍ରା ଦିନ ପୁଜା କରିଥାନ୍ତି । ମାଁ ସତୀକନ୍ୟାଙ୍କ ପୂଜା ରିତୀନିତୀ ସଂର୍ମ୍ପୂଣ୍ଣ ସ୍ୱତନ୍ତ୍ର ଭାବରେ ପାଳନ କରାଯାଇଥାଏ ।
ମାଁ ଜଣେ କୁମାରୀ କନ୍ୟା ହୋଇଥିବା ହେତୁ ଏଠାରେ ନଡିଆ, ଉଖୁଡା, ଖିରି, ପିଠା, ସିନ୍ଦୁର, କଜ୍ଜଳ ସହିତ ମାଈ କୁକୁଡା ଏବଂ ମାଈ ଛେଳି ଭୋଗ ଲାଗି କରାଯାଇଥାଏ । ଗ୍ରାମର ଦେହୁରୀଙ୍କ ଘରେ ବର୍ଷ ସାରା ବର୍ଷ ପୂଜା ପାଇଆସୁଥିବାବେଳେ କିନ୍ତୁ ମାର୍ଗଶୀର ପୁର୍ଣ୍ଣମାରେ ମାଁ ସତୀକନ୍ୟାଙ୍କ ପୀଠରେ କେବଳ ଗୋଟିଏ ଦିନ ପୂଜା ଅନୁଷ୍ଠିତ ହୋଇଥାଏ ।
ପୁର୍ବରୁ ଗ୍ରାମକୁ ଡଙ୍ଗା ସାହାଯ୍ୟରେ ଯିବାକୁ ପଡୁଥିବା ବେଳେ କିନ୍ତୁ ଚଳିତ ବର୍ଷ ଉକ୍ତ ଦୀପକୁ ସେତୁ ନିର୍ମାଣ ହୋଇଥିବାରୁ ଏଥର ବହୁ ସଂଖ୍ୟରେ ଲୋକମାନେ ଯାତ୍ରା ଦେଖିବାକୁ ଆସିଥିବା ବେଳେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ କିନ୍ତୁ ଏହି ଚୁଡାଖାଇ ଯାତ୍ରକୁ ଗ୍ରାମବାସୀ ଖୁବ ଧୁମଧାମରେ ପାଳନ କରିଥିଲେ । ସେହିପରି ଜିଲ୍ଲାର ଅନେକ ଗ୍ରାମରେ ଏହି ଯାତ୍ରା ବେସ୍ ଧୁମଧାମରେ ପାଳନ ହୋଇଛି ।
ଲୁଣିବାହାଲ ହାଇସ୍କୁଲ ଠାରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ବୌଦ୍ଧ, ୯/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକସ୍ଥିତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାଲ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ୮ ନମ୍ବର ଜିଲ୍ଲା ପରିଷଦର ସଭ୍ୟା ତାରାମଣୀ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଲୁଣିବାହାଲ ପଞ୍ଚାୟତର ସମିତି ସଭ୍ୟା ଦିପାଞ୍ଜଳି ଅମାତ,ସହଗୋଷ୍ଠୀ ଶିକ୍ଷାଧିକାରୀ ସ୍ୱରାଜ କହଁର ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୃପ୍ତୀ ରଂଜନ ଦାନୀ ଅଧ୍ୟକ୍ଷତା କରିଥିଲେ । ବିଜ୍ଞାନ ପ୍ରଦର୍ଶନୀରେ ବ୍ଲକର ୭୪ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୧୭ଟି ବିଜ୍ଞାନ, ଗଣିତ, ପରିବେଶ ପ୍ରକଳ୍ପ ପ୍ରଦର୍ଶୀତ ହୋଇଥିଲା । ବିଚାରକ ଭାବରେ ବିଜ୍ଞାନ ଶିକ୍ଷକ ଅରବିନ୍ଦ ରଥ,ସୁବାସ ଚନ୍ଦ୍ର ମହାକୁଳ ଯୋଗଦେଇଥିଲେ । ପ୍ରଦର୍ଶନୀରେ ୭ଟି ବରିଷ୍ଠ ଓ କନିଷ୍ଠ ବର୍ଗର ୧୪ ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଥିଲେ ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝି, ମୁଖ୍ୟ ବକ୍ତାଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରୋଦ ମେହେର, ସମ୍ମାନୀତ ଅତିଥି ଭାବରେ ଲୁଣିବାହାଲ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମା ପ୍ରଧାନ, ସହଗୋଷ୍ଠୀ ଶିକ୍ଷାଧିକାରୀ ସ୍ୱରାଜ କହଁର,ସିଆରସିସି ସତ୍ୟ ନାୟକ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଜ୍ଞାନ ଶିକ୍ଷକ ମୃତ୍ୟୁଂଜୟ ସାହୁ, ତ୍ରିଲୋଚନ ସାହୁ, ଜୟଦେବ ରଥ,ସେବତୀ ଭାରତୀ, ମନମୋହନ ପ୍ରଧାନ, ବିଜୟାନନ୍ଦ ସାହୁ,ମାଗୁଣୀ ପ୍ରଧାନ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସାମିଲଥିଲେ ।
ବୌଦ୍ଧର ବାଲୁକା ଶିଳ୍ପି ଉଚ୍ଚପ୍ରଶଂସିତ
ବୌଦ୍ଧ,୯/୧୨: ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଚନ୍ଦ୍ରଭାଗା ବେଳାଭୂମୀରେ ୫ ଦିନ ବ୍ୟାପୀ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଆଦିବାସୀ ଲୋକକଳା ସଂସ୍କୃତି, ବୌଦ୍ଧ ଲୋକକଳା ସଂସ୍କୃତି, ଆଦିବାସୀ ନୃତ୍ୟଏକ କଳାକୃତି ପ୍ରଦର୍ଶିତ ହୋଇଥିଲା । ବୌଦ୍ଧର ଜିଲ୍ଲାର ବାଲୁକା ଶିଳ୍ପୀ ଅଭିଷେକ ସିଂ ଙ୍କ ଦ୍ୱାରା ଏହି କଳାକୃତି ପ୍ରଦର୍ଶିତ ହୋଇଥିଲା । ଏବଂ ସେଠାରେ ତାଙ୍କୁ ସମ୍ବଦ୍ଧ୍‌ିର୍ତ କରାଯାଇଥିôଲା ।
ବୌଦ୍ଧ ଜିଲ୍ଲା ପୂର୍ବତନ ସୌନିକ ସଂଘ ପକ୍ଷରୁ ପତାକା ଦିବସ ପାଳିତ
ବୌଦ୍ଧ,୯/୧୨; ବୌଦ୍ଧଜିଲ୍ଲା ପୂର୍ବତନ ସୌନିକ ସଂଘ ପକ୍ଷରୁ ଆଜି ହରଭଙ୍ଗା ବ୍ଲକ ସ୍ଥିତ ସରସରା ଗ୍ରାମ ଠାରେ ସଂଘ କାର୍ଯ୍ୟାଳୟରେ ପତାକା ଦିବସ ପାଳିତ ହୋଇଯାଇଛି । ସକାଳ ୯ ଟା ୩୦ ମିନଟ ସମୟରେ କ୍ୟାପଟେନ ଅକ୍ଷୟ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ ସୁବେଦାର ସରୋଜ ଭଂଜ ସଭାପତିତ୍ୱ କରିଥିଲେ । ସଂପାଦକ ରଂଜିତ ଅମାତ ବିବରଣୀ ପାଠ କରିଥିଲେ । ଉପଦେଷ୍ଠା ସୁବେଦାର ଲଳିତ କୁମାର ସାହୁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏବଂ ନୂତନ ପେନସନ ନିତି ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଏଥିରେ ବିଷ୍ଣୁ ମହାକୁଡ, ଫଣିସତ୍ୟାନନ୍ଦ ହୋତା,ପ୍ରମୋଦ ମହାକୁଡ,ରାଜିବ ପଣ୍ଡା, ଅବଧୁତ ସାହୁ, ପଂଚାନନ ଆପଟ,ବଲବିନ୍ଦର ସାହୁ,କେଦାର ସାହୁ,ପ୍ରବିଣ ମଲ୍ଲିକ,ରମାକାନ୍ତ ଚାନ୍ଦ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୌନିକଙ୍କ ପରିବାର ସଦସ୍ୟମାନେ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.