ଶୂନ୍ୟକାଳରେ ଉଠିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ, କଂଗ୍ରେସ ବିଧାୟକ କହିଲେ ଅନ୍ଧାରରେ ମେଧାବୀଙ୍କ ଭବିଷ୍ୟତ

ଭୁବନେଶ୍ବର,୨୮/୩: ଆଜି ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି।
ଏହି ମାମଲାରେ ମନୋଜ ମିଶ୍ର ଏବଂ ଅଶୋକ ଉଦଗାତାଙ୍କ ସମେତ ୧୯ ଜଣ ଗିରଫ ହୋଇଛନ୍ତି। ଏମାନେ ବର୍ଷ ବର୍ଷ ଧରି ନକଲି ସାର୍ଟିଫିକେଟର ରାକେଟ ଚଳାଇଥିଲେ। ହଜାର ହଜାର ଛାତ୍ରଛାତ୍ରୀମାନଙ୍କୁ ନକଲି ସାର୍ଟିଫିକେଟ ଏବଂ ମାର୍କସିଟ ଦେଇଛନ୍ତି।
ସେହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଚାକିରି କରିଛନ୍ତି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟର ରାକେଟ ଚାଲିଛି ।