Odisha News

ଶିକ୍ଷୟତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାନ୍ଧିଲା ପୁଲିସ

ବରଗଡ଼, ୩୦/୪: ବନ୍ଧା ହେଲେ ବରଗଡ଼ ଜିଲ୍ଲା ଡିଇଓ ଏବଂ ସଦର ବିଇଓ । ମହିଳା ସିଆରସିସିଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ମୋଟ୍ ୩ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ ।
ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତି ସାହୁ ଓ ସଦର ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଏବଂ ସତଲମା ସ୍କୁଲର ଖେଳ ଶିକ୍ଷକ ସମୀର ପାଣିଗ୍ରାହୀ ଗିରଫ ହୋଇଛନ୍ତି । ଗିରଫ ପରେ ସେମାନଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରିବ ପୋଲିସ ।
ଖବର ଅନୁଯାୟୀ, ବରଗଡ଼ ପୌରାଞ୍ଚଳରେ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ସଦର ବିଇଓ ନିଜ କାର୍ଯ୍ୟାଳୟକୁ ଡାକି ସିଆରସିସିଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ଏନେଇ ମହିଳା ଜଣଙ୍କ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ।
ତାଙ୍କ ଏଫଆଇଆର୍ ଆଧାରରେ ପୋଲିସ ବୁଧବାର ଅପରାହ୍ଣରେ ଦୁଇ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ।
ଦୀର୍ଘ ସମୟ ଧରି ଜେରା କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଉ ଏବେ ମାନେ ଗୁରୁବାର ଦିନ ସମସ୍ତଙ୍କୁ କୋର୍ଟ ଚାଲାଣ କରିବ ପୋଲିସ । ସମ୍ପୃକ୍ତ ସିଆରସିସି ଜଣକ ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ପ୍ରଶାସନିକ ସ୍ତରରେ ବି ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି ।

Related Posts