Odisha News

ଶିକ୍ଷକଙ୍କ ମାଠିଆରୁ ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ, ୧୪/୮: ଛାତ୍ରଙ୍କ ମୃତ୍ୟୁକୁ ନେଇ ହଙ୍ଗାମା । ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁ ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଇଣ୍ଟରନେଟକୁ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆକ୍ରୋଶିତ ରହିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜସ୍ଥାନ ସରକାରଙ୍କୁ ଘେରିଛି ।
ସୂଚନା ଅନୁସାରେ, ଜଣେ ୯ ବର୍ଷର ଛାତ୍ର ପାଣି ପିଇବାକୁ ସ୍କୁଲରେ ଥିବା ମାଠିଆକୁ ଛୁଇଁଥିଲେ । ଏହା ଦେଖିବା ପରେ ଜଣେ ଶିକ୍ଷକ ତାଙ୍କୁ ମାଡ ମାରିଥିଲେ । ଫଳରେ ଛାତ୍ରଙ୍କ କାନର ଶିରା ଫାଟି ଯାଇଥିଲା । ଚିକିତ୍ସା ପାଇଁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ଛାତ୍ରଟି ପ୍ରାଣ ହରାଇଥିଲା ।
ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ୱାଇଛନ୍ତି । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ରାଜସ୍ଥାନ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ, ଜାଲୋରରେ ଏକ ବେସରକାରୀ ସ୍ତୁଲ ଶିକ୍ଷକଙ୍କ ମାଡରେ ଛାତ୍ରର ମୃତ୍ୟୁ ଘଟିଛି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏସସି-ଏସଟି ଆକ୍ଟରେ ମାମଲା ଚାଲିବ । ତାଙ୍କୁ ଗିରଫ କରାଯାଇଛି । ଛାତ୍ରଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।
ତେବେ ମାମଲା ଗୁରୁତର ହୋଇଥିବାରୁ ରାଜନୈତିକ ବୟାନବାଜି ଜୋର୍ ଧରିଛି । ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର କହିଛନ୍ତି ଯେ, ପାଣି ସ୍ପର୍ଶ କରିବାକୁ ଛାତ୍ରକୁ ମାଡ ହୋଇଛି । ଯେଉଁଥିରେ ତାର ମୃତ୍ୟୁ ଘଟିଛି । ବିଜେପି ମଧ୍ୟ କଂଗ୍ରେସ ଶାସନରେ ଦଳିତ ଛାତ୍ର ସୁରକ୍ଷା ନଥିବା କହିଛି ।

Related Posts

Seo wordpress plugin by www.seowizard.org.