Odisha News

ଶର୍ମିଷ୍ଠାଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରୁଥିଲେ ମାନସ, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ନୂଆ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୬/୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଭିଯୁକ୍ତଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଜେରା ବେଳେ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି । ମାନସକୁ ଶର୍ମିଷ୍ଠା ଓ ନିରଞ୍ଜନ ପୂର୍ବରୁ ମଧ୍ୟ ଥରେ ମାଡ଼ ମାରିଥିବା ଜେରା ବେଳେ ଜଣାପଡ଼ିଛି ।
ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ । ଜାନୁଆରୀ ୩୦ ତାରିଖରେ ଶର୍ମିଷ୍ଠା ଏବଂ ନିରଞ୍ଜନ ମାନସଙ୍କ ସଂପୂର୍ଣ୍ଣ ଅଫିସ୍କୁ ଡକାଇଥିଲେ । ସେଠାରେ ଉଭୟ ତାଙ୍କୁ ଚିପ୍ ମାଗିବା ସହ ମାଡ଼ ମାରିଥିଲେ । ଅଫିସ୍ ଭିତରେ ମାଡ଼ ମାରି ତାଙ୍କୁ ଦୟାଲ୍ ଅଶ୍ରମକୁ ନେଇଥିଲେ ।
ଦୟାଲ ଆଶ୍ରମରେ ମାନସଙ୍କ ଠାରୁ ତାଙ୍କ କ୍ୟାମେରା ସେମାନେ ଛଡ଼ାଇ ଆଣିଥିଲେ । ଘଟଣା ପରଦିନ ଠାରୁ ମାନସ ଦୟାଲ ଆଶ୍ରମ ଛାଡ଼ି ଅନ୍ୟତ୍ର ରହିଥିଲେ ।
ଭୁବନେଶ୍ୱରରେ ରହି ସେ ଶର୍ମିଷ୍ଠାଙ୍କ ଠାରୁ ୧୦ ହଜାର ଟଙ୍କା ଏବଂ କ୍ୟାମେରା ଦାବି କରିଥିଲେ । ପରେ ୫ ତାରିଖରେ ମାନସ ଚାନ୍ଦବାଲି ଯାଇଥିବା ବେଳେ ତାଙ୍କୁ ସେମାନେ ଅପହରଣ କରିଥିବା କହିଛି କ୍ରାଇମ୍ବ୍ରାଞ୍ଚ ।
ତଦନ୍ତ ଅନୁସାରେ ଶେଷ ପର‌୍ୟ୍ୟନ୍ତ ମାନସଙ୍କ ପାଖରେ ଚିପ୍ ରହିଥିଲା ବୋଲି ଜେରା ବେଳେ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ।
ସୂଚନାଯୋଗ୍ୟ ଯେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ପ୍ରଥମ ରିମାଣ୍ଡ ଅବଧି ସରିବା ପରେ କ୍ରାଇମବ୍ରାଞ୍ଚକୁ ପୁଣି ୩ ଦିନର ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ । ପୂର୍ବରୁ ନିରଞ୍ଜନ, ରଞ୍ଜନ, ଝୁନା ଓ ଶର୍ମିଷ୍ଠାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ ।
କିନ୍ତୁ ୫ ଦିନ ରିମାଣ୍ଡ ଅନୁମତି ମିଳିଥିଲା । ରିମାଣ୍ଡ ଅବଧି ସରିବା ପରେ ସେମାନଙ୍କୁ ଚାନ୍ଦବାଲି ହଜ୍ଞଲମଙ୍କ ନିକଟରେ ହାଜର କରିଥିଲା କ୍ରାଇମ୍ବ୍ରାଞ୍ଚ ।
କାଗଜପତ୍ର ଓ ରିମାଣ୍ଡ ଆବେଦନ ପ୍ରକ୍ରିୟା ପରେ ସେହି ଦିନ ପ୍ରାୟ ୩ ଟା ୩୦ ମିନିଟ ପରେ ପରେ ମାନ୍ୟବର ବିଚାରପତିଙ୍କ ନିକଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲା ବିଭାଗ ।
ତେବେ କ୍ରାଇମବ୍ରାଞ୍ଚ ପୁଣି ତଦନ୍ତର ଆବଶ୍ୟକତା ନେଇ ଯୁକ୍ତି ରଖି ପୁଣି ୪ ଜଣଙ୍କୁ ୫ ଦିନର ରିମାଣ୍ଡ ଅନୁମତି ମାଗିଥିଲା । ମାତ୍ର ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ପରେ ମାନ୍ୟବର ବିଚାରପତି ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣି ୩ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ।
କେତେକ ସର୍ତ୍ତ ଆଧାରରେ ଆସନ୍ତା ୭ ତାରିଖ ଦିନ ୧ ସୁଦ୍ଧା କୋର୍ଟରେ ହାଜର ପାଇଁ ଅନୁମତି ଦେଇଥିଲେ । ତେବେ ଆସନ୍ତାକାଲି ଦ୍ୱିତୀୟ ରିମାଣ୍ଡ ସରୁଥିବା ବେଳେ ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କୁ ଜେରା ଜାରି ରଖିଛି କ୍ରାଇମବ୍ରାଞ୍ଚ ।

Related Posts

Seo wordpress plugin by www.seowizard.org.