Odisha News

ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଖାଆନ୍ତୁ ଏହି ଡାଲି, ହୃଦଘାତ ବିପଦ ମଧ୍ୟ ହେବ କମ୍

ନୂଆଦିଲ୍ଲୀ ୯/୫: ଡାଲି ଶରୀରକୁ ଜରୁରୀ ପୁଷ୍ଟିକର ଉପାଦାନ ପ୍ରଦାନ କରିଥାଏ । ଡାଲିରେ ପ୍ରୋଟିନ୍ ମାତ୍ରା ଅଧିକ ଥାଏ । ଏଥିପାଇଁ ଅଧିକାଂଶ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ, ଏହାକୁ ଖାଇବା ଦ୍ବାରା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଯାଇପାରିବ ।
ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ହୋଇଥାଏ । ଭଲ ଏବଂ ଖରାପ । ଯଦି ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଏ ତେବେ ହୃଦଘାତର ବିପଦ ଅଧିକ ବଢିଯାଇଥାଏ । ଏମିତିରେ ଡାଲି ମଧ୍ୟ କୋଲେଷ୍ଟ୍ରଲକୁ ସନ୍ତୁଳିତ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥାଏ । ଏମିତି କିଛି ଡାଲି ଅଛି ଯାହାଦ୍ବାରା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।
ଅନେକ ରିପୋର୍ଟରେ ଦାବି କରାଯାଇଛି କି ଖରାପ କୋଲେଷ୍ଟ୍ରଲକୁ ମୁଗ-ମସୁର ଡାଲି ଦ୍ବାରା କଣ୍ଟ୍ରୋଲ କରାଯାଇପାରେ । ଯଦି ଆପଣ ମଧ୍ୟ ମୁଗ ଏବଂ ମସୁର ଡାଲି ସେବନ କରିବେ ତେବେ ହୃଦଘାତର ବିପଦ ମଧ୍ୟ କମ୍ ହୋଇଯିବ । କାରଣ ସମସ୍ତେ ଜାଣିଛନ୍ତି ଯେତେବେଳେ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା ଅଧିକ ହୋଇଯାଏ ତେବେ ହୃଦଘାତର ବିପଦ ଅଧିକ ବଢିଯାଇଥାଏ ।
ଏହାସହ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ମୁଗ-ମସୁର ଡାଲି ଅଧିକ ଲାଭଦାୟକ ହୋଇଥାଏ । ଅର୍ଥାତ୍ ମଧୁମେହ ରୋଗୀ ଏହି ଡାଲିକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ।
ଯେଉଁମାନଙ୍କର ସବୁବେଳେ ପେଟ ଖରାପ ହୋଇଥାଏ ସେମାନେ ମଧ୍ୟ ଏହି ଡାଲି ଖାଇପାରିବେ । ପ୍ରକୃତରେ ମୁଗ-ମସୁର ଡାଲିରେ ଅଧିକ ପ୍ରୋଟିନ୍ ଥାଏ ଯାହାଦ୍ବାରା ପାଚନତନ୍ତ୍ର ମଧ୍ୟ ମଜଭୁତ ହୋଇଥାଏ ।

Related Posts

Seo wordpress plugin by www.seowizard.org.