Odisha News

ଶନିବାର ଭୋଟ ଗଣତି,ଆଶା ଓ ଆଶଙ୍କାରେ କର୍ମୀ ଓ ନେତା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୫/୩: ଶନିବାର ହେବ ପୌର ଓ ଏନଏସି ର ଭୋଟ ଗଣତି କ୍ଷ ଫଳରେ ନିର୍ବାଚନ ରଣାଙ୍ଗନରେ ଓଲ୍ହାଇଥିବା ପ୍ରାର୍ଥୀ ଓ ସମର୍ଥକ ମାନେ ଆଶା ଓ ଆଶଙ୍କାରେ ଅଛନ୍ତି ।
ଫୁଲବାଣୀ ମୁନିସିପାଲିଟି ଓ ବାଲିଗୁଡ଼ା ଏବଂ ଜି. ଉଦୟଗିରି ର ଅଧ୍ୟକ୍ଷ ପଦବୀ ଜିତିବେ ବୋଲି ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତାମାନେ ଦାବୀ କରୁଥିବା ବେଳେ କିଏ ବାଜି ମାରିବ ତାହା ଶନିବାର ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ ।
ନିର୍ବାଚନକୁ ନେଇ ଫୁଲବାଣୀରେ ବାତାବରଣ ଅଶାନ୍ତ ରହିଛି ।
ଭୋଟ ଗ୍ରହଣ ଠାରୁ ପୋଲିସ ସତର୍କ ନଜର ରଖିବା ସହ ପାଟ୍ରୋଲିଂ କୁ କଡାକଡି କରିଛି କ୍ଷ ଫୁଲବାଣୀରେ ୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଜି. ଉଦୟଗିରି ଏନ.ଏ.ସିରେ ୬୭ ପ୍ରତିଶତ, ବାଲିଗୁଡା ଏନ.ଏ.ସିରେ ୬୯ ପ୍ରତିଶତ ମତଦାନ ହୋଇଛି କ୍ଷ ଫୁଲବାଣୀରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ଜଣାପଡିଛି ।
ସେହିପରି ଜି. ଉଦୟଗିରିରେ ବିଜେପି ଆଉ ବିଜେଡି ମଧ୍ୟରେ ଲଢେଇ ହେବ ଆଉ ବାଲିଗୁଡାରେ ବିଜେଡି ଭଲ ସ୍ଥିତିରେ ଅଛି କ୍ଷ ସୁନିଶ୍ଚିତ ବିଜୟ ବୋଲି ବୁଥ ଫେରନ୍ତା ମତରୁ ଜଣାପଡିଛି କ୍ଷ ଫୁଲବାଣୀରେ କଂଗ୍ରେସର ପଲା ଭାରିଥିବା ବେଳେ ଜି. ଉଦୟଗିରିରେ ବିଜେପି ସ୍ଥିତି ମଜଭୁତ ଅଛି ।
ତେବେ ଭୋଟ ଗଣତି ବେଳେ ସ୍ପଷ୍ଟ ହୋଇଯିବ କ୍ଷ ସେହିପରି ଫୁଲବାଣୀର ୧୩ଟି କାଉନସିଲର ମଧ୍ୟରୁ ୭, ୮ଓ ୯ ନମ୍ବର, ୫ ନମ୍ବର ବିଜେଡି ଭଲ ସ୍ଥିତିରେ ଥିବା ବେଳେ ବିଜେପି ୬,୧୨,୧୩ ନମ୍ବର ୱାର୍ଡରେ ବିଜୟୀ ସ୍ଥିତିରେ ଥିବା ବେଳେ କଂଗ୍ରେସ ୧,୪ ଓ ୧୧ ରେ ମଜବୁତ ସ୍ଥିତିରେ ରହିଛି ।
ସେହିପରି ୩ ଓ ୧୦ ନମ୍ବର ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ନେଇ ମତ ପ୍ରକାଶ ପାଇଛି କ୍ଷ ତେବେ ଶନିବାର ଭୋଟ ଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

Related Posts

Seo wordpress plugin by www.seowizard.org.