Odisha News

‘ଲିଭ୍-ଇନ୍ ପାର୍ଟନର୍’ଙ୍କ ଶବକୁ ୩୫ ଖଣ୍ଡ କରି ୧୮ ଦିନ ପର୍ଯ୍ୟନ୍ତ ରାତି ୨ଟା ପରେ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ଫିଙ୍ଗିଛନ୍ତି ଯୁବକ

ନୂଆଦିଲ୍ଲୀ, ୧୪/୧୫: ଜଘନ୍ୟ ବୀଭତ୍ସ ଓ ହୃଦୟ ବିଦାରକ । ପ୍ରେମ, ପ୍ରତାରଣା ପରେ ହତ୍ୟା । ପ୍ରେମିକାର ହୃଦୟଭରା ଭଲ ପାଇବାରେ କଳଙ୍କର କଳା ଦାଗ ଲଗାଇଲା ପ୍ରେମିକ । ଲିଭ୍-ଇନରେ ରହିବା ପରେ ବି ଲହୁରେ ଭିଜିଲା ସମ୍ପର୍କ । ମନୋମାଳିନ୍ୟ ପରେ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ ।
ଘଟଣାକୁ ଲୁଚାଇବାକୁ ଯାଇ ରଚିଥିଲା ମାଷ୍ଟର ପ୍ଲାନ୍ । ନିଜ ଠାରୁ ଅଧିକ ଭଲ ପାଉଥିବା ପ୍ରେମିକାର ଶବକୁ ୩୫ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ । ଏନେଇ ଦିଲ୍ଲୀ ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ସତ । ୫ମାସ ପରେ ଅଭିଯୁକ୍ତ ଖୋଲିଛି ମର୍ଡର ମିଷ୍ଟ୍ରିର ରେଡ୍ ପ୍ଲାନ୍ । ଏହି ଘଟଣା ଏବେ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଦିଲ୍ଲୀ ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଛି । ମୁମ୍ବାଇ ଭଲ ପାଇବା ଠାରୁ ଦିଲ୍ଲୀରେ ହତ୍ୟା ପର‌୍ୟ୍ୟନ୍ତ ମର୍ଡର ମିଷ୍ଟ୍ରିର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲିଛି ପୋଲିସ । ୨୬ ବର୍ଷିୟା ମୃତ ଶ୍ରଦ୍ଧା ଓ୍ବାକର ମୁମ୍ବାଇର ଏକ ମିଲେନିୟମ କମ୍ପାନୀର କଲ୍ ସେଣ୍ଟରରେ ଚାକିରି କରୁଥିଲେ ।
ଏହି ସମୟରେ ଶ୍ରଦ୍ଧାଙ୍କ ସହିତ ଆଫତାବ୍ ଅମିନଙ୍କ ଭେଟ ହୋଇଥିଲା । ଆଉ ଏଇଠୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ମଧୁର ପ୍ରେମ । ସମ୍ପର୍କ ନିବିଡ଼ତା ହେବା ପରେ ଲିଭ୍-ଇନ୍ ରହିଥିଲେ ଦୁହେଁ । ଏନେଇ ପରିବାର ଲୋକ ଜାଣି ପରେ ବିରୋଧ କରିବା ଆରମ୍ଭ କରିଥିଲେ । ପରେ ହଠାତ୍ ମୁମ୍ବାଇ ଛାଡ଼ି ଦିଲ୍ଲୀର ମେହରୋଲି ଅଞ୍ଚଳରେ ବସେରା ଆରମ୍ଭ କରିଥିଲେ ପ୍ରେମିକା ଶ୍ରଦ୍ଧା ଓ ପ୍ରେମିକ ଆଫତାବ୍ ।
ହେଲେ କିଛି ଦିନ ପରେ ହଠାତ୍ ଶ୍ରଦ୍ଧାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲେ । ଏନେଇ ୮ ନଭେମ୍ବରକୁ ଝିଅକୁ ଅପହରଣ କରାଯାଇଛି ମେହରୋଲି ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିବା ସହିତ ମାର୍ଡର ପ୍ଲାନ୍ ଖୁଲାସା କରିଛି ।
ପୋଲିସର ସୂଚନା, ଦିଲ୍ଲୀରେ ଲିଭ୍-ଇନ୍ ରହିବା ଭିତରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମେ’ ୧୮ ତାରିଖରେ ଏହି ଝଗଡ଼ା ଭୟଙ୍କର ରୂପ ଧାରଣ କରିଥିଲା । ଅବତାଫ୍ ଉତ୍ତେଜିତ ହୋଇ ଶ୍ରଦ୍ଧା ଓ୍ବାକରଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତଦେହକୁ ୩୦୦ ଲିଟର ରେଫ୍ରିଜେଟରେ ଭର୍ତ୍ତି କରି ରଖିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ପ୍ରତିଦିନ ରାତି ୨ଟାରେ ଫିଙ୍ଗିିଥିଲା। ଏହି ପରି ଭାବେ ୧୮ ଦିନ ମଧ୍ୟରେ ସମସ୍ତ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଭିଯୁକ୍ତ ପ୍ରେମିକ ।
ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଜୁନ ୨୧ ତାରିଖରେ ଘଟିଥିଲା ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ । ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କର୍ଣ୍ଣେଲ ସୋମନାଥ ପରିଡା ତାଙ୍କ ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ । ୨୧ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସରେ ଶରୀରକୁ ଖଣ୍ଡ ଖଣ୍ଡ କରି ରଖିଥିଲେ ।
ଏପରିକି ଉଷାଶ୍ରୀଙ୍କ ମୁଣ୍ଡ ଭର୍ତି ଗୋଟିଏ ଟିଫିନ, ଆରି, କରତ, ୨୫ ବୋତଲ ଫିନାଇଲ, ଚଟାଣ ସଫେଇ ଏସିଡ ଜବତ କରିଥିଲା ପୋଲିସ । ସୋମନାଥଙ୍କ ଲାଏ ଡିଟେକସନ କରିଥିଲା ପୋଲିସ । ତେବେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିନଥିବା କହିଥିଲେ ।
ଉଷାଶ୍ରୀଙ୍କ ଡିଏନଏ, ଭେସେରା, ଖପୁରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ସମୁଦାୟ ଘଟଣାରେ ୨୯ ଜଣଙ୍କର ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ ।
ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଘରର ସମସ୍ତ କବାଟ ଝରକା ବନ୍ଦ କରି ରଖୁଥିଲେ । ଏପରକି ଝିଅ ଲେଖା ପରିଡା ଫୋନ୍ କରି ତାଙ୍କ ମା’ ଉଷାଶ୍ରୀଙ୍କ ବିଷୟରେ ପଚାରିଥିଲେ । ମାତ୍ର ଉଷାଶ୍ରୀଙ୍କ ଦେହ ଖରାପ ଥିବା କହି ବାରମ୍ବାର ଝିଅର ଫୋନ୍ କାଟି ଦେଉଥିଲେ ।
ଯାହାକୁ ନେଇ ତାଙ୍କ ଝିଅଙ୍କର ସନ୍ଦେହ ହୋଇଥିଲା । ସେ ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଏହାସହ ନୟାପଲୀ ଥାନକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଗିରଫ କରିଥିଲା ପୋଲିସ ।

Related Posts

Seo wordpress plugin by www.seowizard.org.