Odisha News

ଲିଙ୍ଗଗତ ବୈଷମ୍ୟ ଓ ବାଲ୍ୟ ବିବାହ ଦୂରିକରଣ ପାଇଁ କର୍ମଶାଳା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୧୧: ବୌଦ୍ଧ ମିଶନ ଶକ୍ତି ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମାନଙ୍କୁ ନେଇ ଲିଙ୍ଗଗତ ବୈଷମ୍ୟ, ବାଲ୍ୟ ବିବାହ, ଶିଶୁ ମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଆଇନ ତଥା ଶିଶୁ ଅଧିକାର ଓ ବେଟି ବଚାଓ ବେଟି ପଢାଓ ଯୋଜନା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ ଅଙ୍ଗନୱାଡି କର୍ମୀ, ସୁପରଭାଇଜର ଅଂଶଗ୍ରହଣ କରିଥିଲେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସିଡିପିଓ ମିନତି ଦେଓ ଯୋଗଦେଇ ବାଲ୍ୟବିବାହ ନିରୋଧ ଆଇନ ୨୦୦୬ ଉପରେ ଆଲୋକପାତ କରିବା ସହ ବୌଦ୍ଧ ବ୍ଲକ କୁ ସମ୍ପୁଣ୍ଣ ଭାବରେ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସଦସ୍ୟ ଶିଶୁ ମଙ୍ଗଳ ସମିତି ବୌଦ୍ଧ ରାଜୀବ ନାଏକ ଯୋଗଦେଇ ଯୌନ ସମୁହର ଶିଶୁ ମାନଙ୍କର ସୁରକ୍ଷା ଆଇନ-୨୦୧୨ ଏବଂ କିଶୋର ନ୍ୟାୟ ଆଇନ ଉପରେ ଆଲୋକପାତ କରିଥିଲେ ।
ସୁରକ୍ଷା ଅଧିକାରୀ ସୁସାନ୍ତ ଭୋଇ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍କୃତ ଆଲୋଚନା କରିବା ସହ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଉପରେ ଦିଗଦର୍ଶନ ଦେଇଥିଲେ ।
ବାଲ୍ୟବିବାହ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ଯୋଗଦେଇ ବାଲ୍ୟବିବାହ ନିରାକରଣ ଆକ୍ସନ ପ୍ଲାନ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସର୍ମ୍ପକ ଅଧିକାରିଣୀ ରିତିକାନ୍ତୀ ବଳିଆରସିଂହ ଯୋଗଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶଦାତା ବସନ୍ତ ଦିଶିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଚିତ୍ରସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାଜିତାଙ୍କ ବୌଦ୍ଧ ଗସ୍ତ, ସବୁ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାକୁ ସରକାର ଅଣଦେଖା କରୁଛନ୍ତି
ବୌଦ୍ଧ,୨/୧୧: ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରିୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଆଜି ବୌଦ୍ଧଜିଲ୍ଲା ଗସ୍ତରେ ଆସି ବୌଦ୍ଧ ସର୍କିଟହାଉସଠାରେ ଏକ ସାମ୍ବାଦିକ ସମ୍ମିଳନରେ ବୌଦ୍ଧ ଏକ ସ୍ୱତନ୍ତ୍ର ଜିଲ୍ଲା ହୋଇଥିବାବେଳେ ଏଠାରେ ଉଚ୍ଚଶିକ୍ଷା(ପିଜି ପାଠ୍ୟକ୍ରମ) ପାଇଁ କୌଣସି ସୁବିଧା ନଥିବା ଅତ୍ୟନ୍ତ ଉଦବେଗର ବିଷୟ ।
ଜିଲ୍ଲାରେ କୌଣସି ସରକାରୀ କଲେଜ ନଥିôବାବେଳେ ମହିଳାମାନଙ୍କ ଶିକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଶିକ୍ଷା ଦ୍ୱାରାହିଁ ପ୍ରଗତି ସମ୍ଭବ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରକାଶ କରିବା ସହିତ ବୌଦ୍ଧଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ଚିନ୍ତା ପ୍ରକଟ କରିଥିଲେ । କୃଷିଭିତିକ ଜିଲ୍ଲାରେ ରାଜ୍ୟ ସରକାର ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଶ୍ରୀମତୀ ଷଡଙ୍ଗି କହିଥିଲେଯେ, ଜିଲ୍ଲାର ବିଧାୟକ ରାଜ୍ୟ ସରକାରରେ ବାଚସ୍ପତି ଠାରୁ ଆରମ୍ଭ କରି ବଡ ବଡ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ।
କିନ୍ତୁ ଏହି କୃଷିଭିତିକ ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁଯୋଗ ନଥିବାବେଳେ ପ୍ରତିବର୍ଷ ୧୦ ଜହାର ରୁ ଉର୍ଦ୍ଧ୍ୱ ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ସେହିପରି ଜିଲ୍ଲାରେ ଅନେକ ଡାକ୍ତର ପଦବୀ ଖାଲି ରହିଥିବାବେଳେ ଅନେକ ଚିକିତ୍ସାଳୟରେ ଫାର୍ମାଶିଷ୍ଟମାନେ ରୋଗୀ ସେବା ପରିଚାଳନା କରୁଛନ୍ତି । ସବୁ କ୍ଷେତ୍ରରେ ବୌଦ୍ଧଜିଲ୍ଲାକୁ ସରକାର ଅଣଦେଖା କରିଆସିଛନ୍ତି । ଏହି ସରକାର ସମୟରେ ଲୋକମାନେ ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଥିବାବେଳେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ରାଜ୍ୟରେ ରୋଜଗାର କମିଛି । ଭୁବନେଶ୍ୱର ଡେରାଶ ଚନ୍ଦକା ପାଖରେ ତ୍ରିବେଣୀ କମ୍ପାନୀ ମାଡାମ କୃତିକା ପ୍ରଭାକରନକୁ ୧୫୦ ଏକର ଜମି ଯୋଗାଇଦେଇଛନ୍ତି ।
ଏନେଇ ଆମେ ସରକାରଙ୍କୁ ପ୍ରଶ୍ନ ପଚାରିଛୁ କିନ୍ତୁ ସମସ୍ତେ ନିରବ । ଏବେ ଗଣମାଧ୍ୟମ ଏ ସଂପର୍କରେ ସରକାରଙ୍କୁ ପଚାରୁ । ଯଦି ଭୁବନେଶ୍ୱରରେ ଏହିଭଳି କାରବାର ଚାଲିଛି ଜିଲ୍ଲାସ୍ତରରେ ମଧ୍ୟ ଅନେକ ନିଜର ରହିଥିବ ବୋଲି ଶ୍ରୀମତୀ ଷଡଙ୍ଗୀ ସନ୍ଦେହ ପ୍ରକାଶ କରିଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ଦୀର୍ଘବର୍ଷ କ୍ଷମତାରେ ରହି ସ୍ୱଛ ଶାସନ ନାମରେ ଏହି ସରକାର ଦୁର୍ନୀତିରେ ବୁଡି ରହିଥିବା ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ,ବରିଷ୍ଠ ନେତା ସଚ୍ଚିଦାନନ୍ଦ ଦଲାଲ ଙ୍କ ସମତେ ରାଜ୍ୟ ଓ ଜିଲ୍ଲା ବିଜେପିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଡ୍ୟାମକୁ ମାଛ ଧରିବାକୁ ଯାଇ ପାଣିରେ ବୁଡି ଯୁବକର ମୃତ୍ୟୁ
ବୌଦ୍ଧ,୨/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ତଳଗାଁ ପଞ୍ଚାୟତର ଡମକୁଚ ଡ୍ୟାମକୁ ମାଛ ଧରିବାକୁ ଯାଇ ପାଣିରେ ବୁଡି ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନା ମୁ୍‌ତବକ ଗତ ମଙ୍ଗଳବାର ଦିନ ତଳଗାଁ ଗ୍ରାମର ମହଂଜି ବେହେରା ( ୪୦) ଅପରାହ୍ନ ୩ଟା ସମୟରେ ମାଛ ଧରିବାକୁ ଡମକୁଚ ଡ୍ୟାମକୁ ଯାଇଥିଲେ । ସେ ମାଛ ଧରିବା ସମୟରେ ପାଣିରେ ବୁଡି ଯାଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ସାହି ପଡିଶା ଘର ଖୋଜିଥିଲେ ।
ପରେ ଡ୍ୟାମକୁ ଦେଖିବାକୁ ଯାଇଥିବା ବେଳେ ଡ୍ୟାମରେ ତାଙ୍କର ଲୁନା ଗାଡିଟି ରହିଛି । ଏନେଇ ପରିବାର ଲୋକ କାଳେ ଡ୍ୟାମରେ ବୂଡି ଯାଇଥିବ ଭାବି ହରଭଙ୍ଗା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହରଭଙ୍ଗା ଅଗ୍ନିଶମ ବାହିନି ଡ୍ୟାମରେ ପହଞ୍ଚ ରାତି ସାରା ଖୋଜିଥିଲେ । କିନ୍ତୁ କୌଣସି ସନ୍ଧାନ ପାଇନଥିଲେ । ବୁଧବାର ଦିନ ଅଗ୍ନିଶମ ବାହିନି ପକ୍ଷରୁ ସକାଳେ ମହଂଜିର ମୃତ ଦେହ ଉଦ୍ଧାର କରିଥିଲେ । ଏନେଇ ହରଭଙ୍ଗା ପୁଲିସ ଏକ ଅପମୃତ ମାମଲା ରୁଜୁ କରି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ପଠାଇଅଛି ।
ଭିଜିଲାନ୍ସ ଜାଲରେ କନେଷ୍ଠବଳ, ଛଅ ଲକ୍ଷ ଟଙ୍କା ଜବତ
ବୌଦ୍ଧ,୨/୧୧: ବୌଦ୍ଧ ଜିଲ୍ଲା ଗଞ୍ଜେଇର ପେଣ୍ଠସ୍ଥଳ ପାଲଟିଥିବା ବେଳେ ଏହି କାରବାରରେ ପୁଲିସ କର୍ମଚାରୀମାନେ ସଂପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି । ଏମାନଙ୍କୁ ଉପରିସ୍ଥ କର୍ମଚାରୀଙ୍କ ଆର୍ଶିବାଦ ରହିଥିବାରୁ କର୍ମଚାରୀମାନେ ନିର୍ଭୟରେ କାମ କରୁଥିବା ବେଳେ ଆଜି ଜଣେ ପୁଲିସ କନେଷ୍ଟବଲଙ୍କୁ ଭିଜିଲାନ୍ସ ଧରିଛି । ହେଲେ ଉକ୍ତ କନେଷ୍ଟବଲଙ୍କୁ ପୁଲିସର କିଛି ଉଚ୍ଚ ପଦସ୍ତ ଅଧିକାରୀ ସହଯୋଗ କରୁଥିବା ସାଧାରଣରେ ଆଲୋଚନା ହେଉଛି ।
ସୂଚନା ମୁତାବକ ଜିଲ୍ଲା ପୁଲିସର ଡିଭିଏଫ କନେଷ୍ଠବଳ ହରିଶ ଚନ୍ଦ୍ର ସାହୁ ଗଞ୍ଜେଇ ବ୍ୟବସାୟୀଙ୍କ ସହ ସଂପୃକ୍ତି ନେଇ ଦୀର୍ଘଦିନରୁ ଭିଜିଲାନ୍ସର ସ୍କାନରରେ ରହିଆସିଥିଲେ । ବୁଧବାର ଗଞ୍ଜେଇ ବ୍ୟବସାୟୀଙ୍କ ଠାରୁ ଟଙ୍କା କାରବାର କରୁଥିବାବେଳେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବ୍ରହ୍ମ୍ମପୁର ଓ ବୌଦ୍ଧ ଭିଜନିଲାନ୍ସ ବିଭାଗ ମିଳିତ ଭାବରେ ବଘିଆପଡା ଫାଣ୍ଡି ନିକଟରେ ହରିଶ ଚନ୍ଦ୍ରଙ୍କୁ ଅଟକାଇ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ଏକ ପିସ୍ତଲ ଓ ୬ ଲକ୍ଷ ଟଙ୍କା ଜବତ କରିଥିଲେ । ଜଣେ ସରକାରୀ କର୍ମଚାରୀ ଏତେଟଙ୍କା ଧରି କେଉଁଠାରୁ ଆସୁଥିଲେ ତାହାର ସନ୍ତୋଷ ଜନକ ଉତ୍ତର ଭିଜିଲାନ୍ସ ବିଭାଗର ଅଧିକାରୀ ମାନଙ୍କୁ ହରିଶ ଚନ୍ଦ୍ର ଦେଇପାରିନଥିଲେ ।
କନେଷ୍ଠବଳ ଡିଭିଏଫ ସ୍କ୍ୱାର୍ଡ କର୍ମଚାରୀ ହୋଇଥିବାରୁ ଏହି ଅର୍ଥ ଗଞ୍ଜେଇ ବ୍ୟବସାୟୀ,ଚାଷୀ ଓ ମାଫିଆଙ୍କୁ ବ୍ୟବସାୟର ସୁଯୋଗ ଦେବାକୁ ଆଣିଥିବା ଭିଜିଲାନ୍ସ ବିଭାଗ ତଦନ୍ତବେଳେ ଜାଣିପାରିଥିଲା । ଶ୍ରୀସାହୁଙ୍କ ସୁତ୍ରରୁ ସୂଚନା ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ମଧ୍ୟ ଚଢାଉ କରିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିବା ଜଣାଯାଇଛି ।
ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦/୨୩ ରେ ଏକ ମାମଲା ରୁଜୁ କରି ଡିଭିଏଫ କନେଷ୍ଠବଳ ହରିଶ୍ଚନ୍ଦ୍ରକୁ ଗିରଫ କରାଯାଇଥିବା ବୌଦ୍ଧ ଭିଜିଲାନ୍ସ ଡିଏସପି ସୁରେଶ ଚନ୍ଦ୍ର କହଁର ସୂଚନା ଦେଇଛନ୍ତି । ଏହି ଟଙ୍କା କାରବାରରେ କେବଳ ଜଣେ କନେଷ୍ଠବଳ ସଂପୃକ୍ତ ଅଛି ନା ଜିଲ୍ଲାର ବଡ ବଡ ଅଧିକାରୀ ଏଥିରେ ସଂପୃକ୍ତି ଅଛନ୍ତି ଏହାର ଯଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଆନ୍ତା ତେବେ ସମସ୍ତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
ବଲାସିଙ୍ଗା ଗ୍ରାମରେ ହାତୀ,ଭୟରେ ଗ୍ରାମବାସୀ
ବୌଦ୍ଧ,୨/୧୧: ବୌଦ୍ଧସହର ନିକଟସ୍ଥ ବଲାସିଙ୍ଗା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ହାତୀ ଗ୍ରାମ ମଧ୍ୟକୁ ପଶି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ମହାନଦୀ ପାର ହୋଇ ତିନି ଗୋଟି ହାତୀ ବୌଦ୍ଧ ଆଡକୁ ଚାଲି ଆସିଥିବା ବେଳେ ଗୋଟିଏ ହାତୀ ଦଳରୁ ଅଲଗା ହୋଇ ସନ୍ଧ୍ୟାରେ ଖୋର୍ଦ୍ଧା- ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ଦେଇ ଗ୍ରାମ ମଧ୍ୟକୁ ପସିଯାଇଥିଲା ।
ଭୟରେ ଗ୍ରାମବାସୀ ତାଟିକବାଟ ବନ୍ଦ କରିବା ସହ ହାତୀକୁ ଘୋଉଡାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ହାତୀଟି ଜାତୀୟ ରାଜପଥ ଉପରେ ବୁଲୁଥିବା ଯୋଗୁଁ ରାସ୍ତାର ଉଭୟ ପଶ୍ୱର୍ରେ ଯାନବାହାନ ଅଟକି ରହିଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।
ବସ ଓ ବାଇକ୍ ମୁହାମୁହିଁ ଧକ୍କା,ବାଇକ୍ ଆରୋହୀ ଗୁରୁତର
ବୌଦ୍ଧ,୨/୧୧ : ବୌଦ୍ଧ ଜିଲ୍ଲା ବଘିଅପଡ଼ା ରପଟା ନିକଟରେ ବସ ଓ ବାଇକ୍ ମୁହାମୁହି ଧକ୍କା ହେବା ଫଳରେ ବାଇକ୍ ଆରୋହୀ ମାଧବ ମଲ୍ଲିକ ଗୁରୁତର ଆହତ ହୋଇଥିଲେ।ମାଧବ ମଲ୍ଲିକଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଟିକଟପଡ଼ା ପଟୁ ବୌଦ୍ଧ ଅଭିମୁଖେ ଆସୁଥିବା ଜୟ ଜଗନ୍ନାଥ ବସ ଏବଂ ବଘିଆପଡା ବଜାର ରୁ ପାରିବା କିଣି ମାଧବ ନିଜ ଘର ଧଦଲାପଡ଼ା କୁ ଫେରୁଥିବା ସମୟରେ ମୁହମୁହିଁ ଧକ୍କା ହୋଇଥିଲେ।ଘଟଣା ସ୍ଥଳରେ ବଘିଆପଡ଼ା ପୁଲିସ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ।

Related Posts

Seo wordpress plugin by www.seowizard.org.