Odisha News

ଲଘୁଚାପ ଜନିତଲଗାଣ ବର୍ଷା :ଧୋଇଗଲା ଅସ୍ଥାୟୀ ପୋଲ, ରାଇକିଆ- ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି – ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନ ରେ ଧୋଇଯିବା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଗତ ୨୦୧୮ ତିତିଲି ବାତ୍ୟା ରେ ଏଠାରେ ଥିବା ସ୍ଥାୟୀ ପୋଲ ଟି ଧୋଇ ଯାଇଥିଲା। ସେବେଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକା ଯାଇ ଡ୍ରାଇଭରସନ୍ ନିର୍ମାଣ କରାଯାଇ ଯାନବାହାନ ଚଳାଚଳ କରୁଥିଲା ।
ଇତି ମଧ୍ୟରେ ଚାରିବର୍ଷ ବିତି ଯାଇଥିଲେ ମଧ୍ୟ ସ୍ଥାୟୀ ପୋଲଟି ନିର୍ମାଣ କରାଯାଇ ନଥିଲା । ଫଳ ସ୍ୱରୂପ ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଡ଼ାଇଭରସନ୍ ଧୋଇ ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି ।
ପ୍ରତ୍ୟେକ ବର୍ଷ ଏହିପରି ଡ଼ାଇଭରସନ୍ ଧୋଇ ହୋଇ ଯାଉ ଥିଲେ ମଧ୍ୟ କେବଳ ମାଟି ପକାଇ ଅସ୍ଥାୟୀ ଭାବେ ଯାନ ବାହନ ଚଳା ଚଳ ହେଉଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାୟୀ ପୋଲ ଟିକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

Related Posts