ରେଳ ଧାରଣାରେ ଯୁବତୀଙ୍କ ମୃତଦେହ, ଅଲଗା ହୋଇଯାଇଛି ମୁଣ୍ଡଗଣ୍ଡି - Odisha News Online
Odisha News

ରେଳ ଧାରଣାରେ ଯୁବତୀଙ୍କ ମୃତଦେହ, ଅଲଗା ହୋଇଯାଇଛି ମୁଣ୍ଡଗଣ୍ଡି

ବଲାଙ୍ଗୀର,୬/୧୧: ବଲାଙ୍ଗୀର ରେଳ ଷ୍ଟେସନ ନିକଟ ଖୁଜେନପାଲି ଫାଟକ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ତାଙ୍କର ମୁଣ୍ଡ କଟି ଯାଇଥିବାର ଦେଖିବାକୁ ମିଳିଛି।
ଫାଟକ ରେଳ ଧାରଣା ନିକଟରେ ଏକ ସ୍ୱିଫ୍ଟ ଡିଜେଆର କାର୍ ରହିଛି। ସେହି କାରଟି ଉକ୍ତ ଯୁବତୀଙ୍କର ବୋଲି ସୂଚନା ମିଳିଛି। ଏହି ଘଟଣାଟି ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ସେଥିନେଇ ଚର୍ଚ୍ଚା ଚାଲିଛି।
ମୃତ ଯୁବତୀଜଣକ ବଲାଙ୍ଗୀର ତାଲପାଳି ପଡ଼ାର ସାରିକା ସାଏ ବୋଲି ଚର୍ଚ୍ଚା ହେଉଛି। ଯୁବତୀଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ଜଣାଡ଼ିନାହିଁ। ବଲାଙ୍ଗିର ଜି.ଆର.ପି ଘଟଣାର ତଦନ୍ତ ଆରମ୍ଭ କରିଛି। ପରିବାର ଲୋକ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Related Posts