ରେଲୱେ ଅଧିକାରୀଙ୍କ ଘରେ ପଶିଲା ସିବିଆଇ, ୪ଟି ସ୍ଥାନରେ ରେଡ

ଭୁବନେଶ୍ବର,୪/୧: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଳବାଇର କାର୍ଯ୍ୟରତ ଅଫିସରଙ୍କ ଘରେ ସିବିଆଇ ଚଢ଼ାଉ କରୁଛି। ଭୁବନେଶ୍ୱର ସମେତ ମୋଟ ୪ଟି ଜାଗାରେ ଚଢ଼ାଉ କରୁଛି ସିବିଆଇ। ଭୁବନେଶ୍ୱରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ଜାଗାରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ ।
ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଜମା, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା କାଗଜପତ୍ର ଓ ଫ୍ଲାଟର ସନ୍ଧାନ ପାଇଛି ସିବିଆଇ।