Odisha News

ରେଡ୍ ଜୋନ୍‌ରେ ଗଞ୍ଜାମ ଜିଲ୍ଲାର ୫୭୧ଟି ଗ୍ରାମ

ବ୍ରହ୍ମପୁର,୧୪/୭: କରୋନା ମହାମାରୀକୁ ନେଇ ଗଞ୍ଜାମ ଜିଲ୍ଲାରେ ଭୟର ବାତାବରଣ। ଗାଁ ଠୁ ସହର ସବୁଆଡକୁ ମାଡ଼ିଗଲାଣି ଏହି ମହାମାରୀ। ୪୫ ଜଣଙ୍କ ଜୀବନ ଗଲାଣି ଓ ୪ ହଜାରରୁ ଅଧିକ ସ˚କ୍ରମିତ ହେଲେଣି। ଏସବୁ ମଧ୍ୟରେ କରୋନା ସଂକ୍ରମଣକୁ ରୋକ୍ ଦେବା ଲାଗି ଜିଲ୍ଲା ପ୍ରଶାସନ ଚଳାଇଛି ଉଦ୍ୟମ। ଜିଲ୍ଳାର ୨୨ଟି ବ୍ଲକର ୩୦୫୩ ଗାଁ ମଧ୍ୟରୁ ୨୪୮୨ଟି ଗାଁରେ ବର୍ତ୍ତମାନ ଜଣେ ବି କରୋନା ସ˚କ୍ରମିତ ନାହାନ୍ତି।
ଏହି ଗାଁକୁ ଗୁଡ଼ିକ ଗ୍ରୀନ୍ ଜୋନ୍ରେ ରହିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବାକି ୫୭୧ଟି ଗାଁ ରେଡ୍ ଜୋନ୍ରେ। ଅହରହ ପ୍ରୟାସ ଜାରି ରଖିଥିବା ସମସ୍ତ ବିଡିଓ ଓ ତାଙ୍କ ଟିମ୍ର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଜିଲ୍ଲାର ୮୧ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍କୁ ଆସିବା ସମ୍ଭବ ହୋଇପାରିଛି। ଏଥିଲାଗି ଜିଲ୍ଲାପାଳ ବିଡିଓ ଏବ˚ ତାଙ୍କ ଟିମ୍କୁ କୃତଜ୍ଞତା ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ବ୍ଲକର ଗ୍ରୀନ୍ ଜୋନ୍ ଏବ˚ ରେଡ଼ ଜୋନକୁ ନେଇ ଏକ ଗ୍ରାଫ ଜାରି କରାଯାଇଛି।
ଜିଲ୍ଲାର ପ୍ରତି ବ୍ଲକ୍ରେ କିଛି କିଛି ଗାଁ ରେଡ଼୍ ଜୋନରେ ରହିଛି । ଗ୍ରାଫ୍ରୁ ଜଣାପଡ଼ୁଛି, ଜିଲ୍ଲାର ଶେରଗଡ଼, ଧରାକୋଟ, ଭଞ୍ଜନଗର, ଆସିକା, ବେଲଗୁଣ୍ଠା, ପୁରୁଷୋତ୍ତମପୁର ଓ ଛତ୍ରପୁର ବ୍ଲକ୍ ଅଞ୍ଚଳର ଅଧିକ ଗାଁ ରେଡ଼୍ ଜୋନରେ ରହିଛି ।

-Sambad

Related Posts

Seo wordpress plugin by www.seowizard.org.