Odisha News

ରାସ୍ତା ବିଲ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭଦ୍ରକ, ୧୭/୫: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଦାସ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ବିଲ୍ ପାସ କରିଦେବାକୁ କଣ୍ଟ୍ରାକ୍ଟରଙ୍କଠାରୁ ୧୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଧରିଛି । ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି ।
ଏକ ରାସ୍ତା କାମ ପାଇଁ କଣ୍ଟ୍ରାକ୍ଟର୍ ଜଣକ ବିଲ୍ ପାସ୍ କରି ଦେବାକୁ ଜେଇ ଅଶୋକ ଦାସଙ୍କୁ କହିଥିଲେ । ମାତ୍ର ବିଲ୍ ପାସ କରିବାକୁ ମନା କରି ଦେଇଥିଲେ । ବଦଳରେ ସେ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ କଣ୍ଟ୍ରାକ୍ଟର୍ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।
ଭିଜିଲାନ୍ସ ସମ୍ପୃକ୍ତ ଜେଇଙ୍କ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ପୂର୍ବ ଯୋଜନା ମୁତାବକ କଣ୍ଟ୍ରାକ୍ଟର ଜେଇଙ୍କୁ ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା ।
ସେ ନେଇଥିବା ଲାଞ୍ଚ ଟଙ୍କା ଜବତ କରାଯିବା ପରେ ତାଙ୍କ ହାତ ଏବଂ ପ୍ୟାଣ୍ଟ ପକେଟକୁ ପାଣିରେ ଧୋଇବା ପରେ ରାସାୟନିତ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଜେଇ ସତ ମାନିଥିଲେ । ଭିଜିଲାନ୍ସ ତାଙ୍କୁ ଗିରଫ କରି ବନ୍ତ ଛକରେ ଥିବା ଭଡ଼ା ଘର ଏବଂ ସାନବାର୍ଚ୍ଛି ଗ୍ରାମରେ ଥିବା ପୈତୃକ ଘରେ ଚଢ଼ଉ କରାଯାଇଛି ।

Related Posts