Odisha News

ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଭୁବନେଶ୍ବର ୧୨/୨: ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍। ଏଭଳି ଅଭାବନୀୟ ଘଟଣାଘଟିଛି ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ। ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ ମା-ଝିଅ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା।
ଫଳରେ ଯୁବତୀ ଜଣଙ୍କ ରାସ୍ତାରେ ତଳେ ପଡିଯାଇଥିଲେ । ସେହି ସମୟରେ ଆସୁଥିବା ଏକ ସ୍କୁଲ ବସ୍ ଯୁବତୀଙ୍କ ଉପରେ ଚଢିଯାଇଥିଲା । ଦୁର୍ଘଟଣାସ୍ଥଳରେ ଝିଅଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.