Odisha News

ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ଵିଭାଗକୁ ପକ୍ଷପାତିତା! କେବେ ତା ସ୍ଥାୟୀ ହେବେ ଗୋଦାମ ଜଗୁଆଳି ଏବଂ କାର୍ଯ୍ୟାଳୟ ସହାୟକ

Kendu leaf department non-permanent employees demand regularisation of job

By Sudam Panda

ଜୟପୁର, ତା ୩୧/୧୦: ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୁର୍ତ୍ତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ସରକାର ୭୫ହଜାର ନିଯୁକ୍ତି ସୁଷ୍ଟି କରିଥିଲା ବେଳେ ଓଡ଼ିଶା ରାଜ୍ୟ ସରକାର ଠିକା ନିଯୁକ୍ତି ର ଯୁଗ ଶେଷ ହେବା ଘୋଷଣା କରି ୫୭ ହଜାର ଅସ୍ଥାୟୀ କର୍ମଚାରୀ ଙ୍କୁ ନିୟମିତ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ବିଭାଗ ଅନ୍ତର୍ଗତ କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ୧୯୯୩ ମସିହାରୁ ଓ ପରବର୍ତ୍ତୀ ସମୟରୁ ଅସ୍ଥାୟୀ ଭାବେ ନିଯୁକ୍ତି ଗୋଦାମ ଜଗୁଆଳି ଏବଂ କାର୍ଯ୍ୟାଳୟ ସହାୟକ ଙ୍କୁ ଅଦ୍ୟାବଧି ନିୟମିତ କରାଯାଇନାହିଁ ।
ରାଜ୍ୟ ରାଜକୋଷ କୁ ସମୃଦ୍ଧ କରିଆସୁଥିବା ଉକ୍ତ ବିଭାଗର କଟକ, ସମ୍ବଲପୁର, ବଲାଙ୍ଗୀର ଆଦି ତିନୋଟି ସର୍କଲ ରେ କାର‌୍ୟ୍ୟରତ ୩୪୩ ଜଣ କର୍ମଚାରୀ ଙ୍କୁ ବିଭାଗୀୟ ପକ୍ଷପାତିତା ଯୋଗୁଁ ସ୍ଥାୟୀ କର୍ମଚାରୀର ମାନ୍ୟତା ମିଳିପାରିନାହିଁ । ଅଥଚ ନନ୍ଦନକାନନରେ କମ ବର୍ଷ ଅବଧିର କର୍ମଚାରୀ ମାନଙ୍କୁ ୨୦୧୭ ମସିହାରୁ ନିୟମିତ କରାଯାଇସାରିଛି !
ଏଠାରେ ପ୍ରକାଶ ଥାଉକି ରାଜ୍ୟ କେନ୍ଦୁପତ୍ର ଗୋଦାମ ଜଗୁଆଳି ଏବଂ କାର‌୍ୟ୍ୟାଳୟ ସହାୟକ ସଙ୍ଘ ତରଫରୁ ସମ୍ବିଧାନର ସମାନ ନାଗରିକତା ଅଧିକାର ଦାବି ନେଇ ୨୦୧୮ ମସିହାରେ ବନଖଣ୍ଡ ଅଧିକାରୀ ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ ସହ ପରବର୍ତ୍ତୀ ଅବସ୍ଥାରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ( କେନ୍ଦୁପତ୍ର) ଙ୍କୁ ଅବଗତ କରାଯାଇଥିଲା ଏବଂ ଡିସେମ୍ବର ୧୦ ତାରିଖ ୨୦୧୮ ମସିହାରେ ମହୋଦୟ ବିଭାଗର ଅତିରିକ୍ତ ସଚିବ ଙ୍କୁ କାର‌୍ୟ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । କିନ୍ତୁ ଏହା ମଧ୍ୟରେ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ନିରୀହ କର୍ମଚାରୀଙ୍କ ଆକୁଳ ନିବେଦନ କୁ କେହି କର୍ଣ୍ଣପାତ କରୁନାହାନ୍ତି ତେବେ ଏ ବାବଦରେ ବିଭାଗୀୟ ମାନ୍ୟବର ମନ୍ତ୍ରୀ , ଉଛପଦସ୍ଥ ଅଧିକାରୀ ମାନେ ସେମାନଙ୍କୁ ଖୁବଶୀଘ୍ର ନ୍ୟାୟ ଦେବାକୁ ଓଡ଼ିଶା କର୍ମଚାରୀ ସଙ୍ଗ ସଭାପତି ବେଣୁଧର ବାରିକ ଦାବି କରିଛନ୍ତି ।

Related Posts

Seo wordpress plugin by www.seowizard.org.