Odisha News

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ବନବାସୀସେବା ସମିତି ପରିଦର୍ଶନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୮/୨ : କନ୍ଧମାଲ ପରିଦର୍ଶନରେ ଆସିଥିବା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଭ୍ୟା ଜାଲିନା ପ୍ରିୟଦର୍ଶନୀ ଓରୁବି ବିଶ୍ୱାଳ ବାଲିଗୁଡାର ବନବାସୀ ସେବା ସମିତି ପରିଦର୍ଶନ କରିଛନ୍ତି ।
ପରିଦର୍ଶନ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନମ୍‌ଶିଶୁ ମଙ୍ଗଳ କମିଟିର ସଦସ୍ୟା ମମତା ଦାସ,ପୋନିକ ସରୋଜ ସାର ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।
ବନବାସୀ ସେବା ସମିତିର ଶିଶୁ ମାନାଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ପରିଛନ୍ନତାକୁ ପରିଖିଥିଲେ ।ଓଡିଶା ମହିଳା ଓ ଶିଶୁ ବକାଶ ବିଭାଗ ସହାୟତାରେ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ପ୍ରଦାନକାରୀ ସଂସ୍ଥା (ଏସଏଏ),ଶିଶୁ ସଦନ ଓ ରେଡକ୍ରସ ଦୃଷ୍ଟିହିନ ବିଦ୍ୟାଳୟ ବୁଲି ଦେଖିବା ସହ ଶିଶୁମାନଙ୍କୁ ସେମାନଙ୍କ ଅଧିକାର ସମ୍ବନ୍ଧରେ ଅବଗତ କରାଇଥିଲେ ।
ଏହପରିଦର୍ଶନ ସମୟରେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କୁ ସମସ୍ତ ୟୁନିଟକୁ ବୁଲି ଦେଖାଇଥିଲେ ।ସମିତିର ବିଶ୍ୱଜିତ ଜେନା ସରୋଜ ଆଲଟିଆ,ଆଦବେଶା ମହାପାତ୍ର,ପ୍ରତାପରୁଦ୍ର ଶୁକ୍ଳା ଓ ଅନ୍ୟମାନେ ଉପସ୍ଥିତ ରହି ସହେଯାଗ କରିଥିଲେ । ସୁରକ୍ଷାଆୟୋଗର ସଦସ୍ୟା ମାନେ ପରିଦର୍ଶନ ସମୟରେ ଖୁସିବ୍ୟକ୍ତ କରିଥିଲେ ।

Related Posts