Odisha News

ରାଜ୍ୟର ୨୩ ସହରର ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ତଳେ,୩ରୁ ପୁଣି ସାମାନ୍ୟ ବଢ଼ିବ

ଭୁବନେଶ୍ବର/ଦାରିଙ୍ଗିବାଡ଼ି, ୨୯/୧୦: ରାଜ୍ୟରେ ଏବେ ଶୁଖିଲା ପାଗ ଜାରି ରହିଛି। ଏଥିସହିତ ରାତି ତାପମାତ୍ରା ଖସିବାରେ ଲାଗିଛି। ଗତ ରାତିରେ ୨୩ ସହରର ତାପମାତ୍ରା ୨୦ଡିଗ୍ରି ତଳେ ରେକର୍ଡ ହୋଇଛି।
କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୧୨.୪ଡିଗ୍ରି ଏବଂ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାଠାରେ ୧୨.୯ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରି, କୋରାପୁଟରେ ୧୪.୫ ଡିଗ୍ରି, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଆଦି ସହରର ତାପମାତ୍ରା ୧୫ ଡିଗ୍ରି ଲେଖାଏ ରହିଥିଲା।
ରାଜ୍ୟରେ କୁହୁଡ଼ି ପଡ଼ିବା ମଧ୍ୟ ଆରମ୍ଭ ହୋଇଗଲାଣି। ଫୁଲବାଣୀ ଓ ପାରଳାଖେମୁଣ୍ଡିଠାରେ ଆଜି ସକାଳୁ ଅଧିକ କୁହୁଡ଼ି ଦେଖିବାକୁ ମିଳିଥିଲା। ଫୁଲବାଣୀଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିବା ବେଳେ ପାରଳାଖେମୁଣ୍ଡିରେ ୭୦୦ ମିଟର ରହିଥିଲା। ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ।

Related Posts

Seo wordpress plugin by www.seowizard.org.