Odisha News

ରାଜ୍ୟର ବଢ଼ିଛି ଋଣ ଭାର: ୧୦ ବର୍ଷରେ ଋଣଭାର ୩୭୫ ପ୍ରତିଶତକୁ ବୃଦ୍ଧି

ଭୁବନେଶ୍ୱର, ୨୬/୦୭: ଓଡ଼ିଶାର ଋଣ ଭାର ବଢ଼ିଛ । ଚଳିତ ବର୍ଷ ଏହା ୧ଲକ୍ଷ ୨୧ହଜାର କୋଟି ଟଙ୍କା ଟପିଛି । ମାର୍ଚ୍ଚ ୩୧ ସୁଦ୍ଧା ମୁଣ୍ଡ ପିଛା ଋଣ ୨୨ହଜାର ୪୨ଟଙ୍କା ରହିଛି । ବିଧାନସଭାରେ ଏହି ତଥ୍ୟ ରଖିଛି ବିରୋଧି କଂଗ୍ରେସ ଓ ବିଜେପି । ଏକ ମୁଲତବୀ ପ୍ରସ୍ତାବ ଆଗତ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ । ବିରୋଧୀ ଅଭିଯୋଗ କରୁଛନ୍ତି ଯେ ସରକାର ଋଣ କରି ଘିଅ ଖାଉଛନ୍ତି । ଆଉ ଏପଟେ ଓଡ଼ିଶାରେ ଋଣ ଭାରରେ ବୁଡିଛି । ବିରୋଧୀ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ବିଜେଡି ସରକାର ଆସିବା ପୁର୍ବରୁ ମୁଣ୍ଡ ପିଛିା ଋଣ ଥିଲା ପ୍ରାୟ ୫ହଜାର ଟଙ୍କା, ଏବେ ତାହା ୨୩ହଜାର ଟଙ୍କା ଛୁଇଁଲାଣି ।
ସେହିଭଳି ରାଜ୍ୟର ଋଣ ଭାର ୬ହଜାର ୯୦୨ କୋଟି ଟଙ୍କା ଥିଲା। ଏବେ ୧ ଲକ୍ଷ ୧୨ ହଜାର ହେଲାଣି। ଆଗାମୀ ବର୍ଷରେ ୧ ଲକ୍ଷ ୨୩ ହଜାର ହେବ ବୋଲି କୁହାଯାଉଛି। ଆଗାମୀ ଦିନରେ ରାଜସ୍ବ ସଂଗ୍ରହ ୧ଲକ୍ଷ ନ ଛୁଇଁଲେ ୨୦୨୫ ଆଡ଼କୁ ୧ଲକ୍ଷ ୮୭ ହଜାର କୋଟି ଟଙ୍କା ଋଣର ପରିମାଣ ଛୁଇଁବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ଗତ ୧୦ ବର୍ଷରେ ଋଣଭାର ୩୭୫ ପ୍ରତିଶତ ବଢିଛି। ସରକାର ଖୋଲା ବଜାରରୁ ଋଣ ଉଠାଉଛନ୍ତି। ଗାଁ କୁ ରାସ୍ତା ନାହିଁ, ପାନୀୟ ଜଳ ନାହିଁ। ୨୨ ବର୍ଷ ଶାସନ କାଳରେ କଳ କାରଖାନା ବନ୍ଦ କଲେ ରାଜ୍ୟ ସରକାର। ଯୁବକ ଯୁବତୀ ବେକାର। ବର୍ତ୍ତମାନ ୨ ଲକ୍ଷ କୋଟି ଟଙ୍କା ବଜେଟ ହେଲାଣି । କିନ୍ତୁ ରାଜ୍ୟ ସରକାର ଋଣ କରି କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ଏ ସଂକ୍ରାନ୍ତରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଏପଟେ ବିରୋଧୀଙ୍କୁ କଡା ଜବାବ ଦେଇ ବିଜେଡି ବିଧାୟକ ଶଶୀ ବେହେରା କହିଛନ୍ତି ଋଣଭାର ଏଫ୍ ଆର ବି ଏମ୍ ଆକ୍ଟ ଅନୁସାରେ ବହୁତ୍ କମ ରହିଛି। ଓଡ଼ିଶାର ସ୍ଥିତି ଦୃଷ୍ଟିରୁ ଦୀର୍ଘ ଦିନ ହେବ ସ୍ଵତନ୍ତ୍ର ପାହ୍ୟା ଦାବି କରାଯାଉଛି। ତେବେ କାହିଁକି କେନ୍ଦ୍ର ସରକାର ବିଚାର କରୁନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଶଶି ଭୂଷଣ ବେହେରା ।
ମୂଲତବୀ ପ୍ରସ୍ତାଵ ଉପରେ ଅର୍ଥମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି । ଋଣ ଭାରରେ ବୁଡି ନାହିଁ ରାଜ୍ୟ । ୨୦୦୫ ପରଠାରୁ ବଳକା ରାଜସ୍ବ ସ୍ଥିତାବସ୍ତା ବଜାୟ ରଖିଛୁ । ୨୦୨୨ ମାର୍ଚ୍ଚ ସୁଦ୍ଧା ୩୧ ସୁଦ୍ଧା ମୁଣ୍ଡ ପିଛା ଋଣ ୨୨୦୪୨ ଟଙ୍କା ରହିଛି । ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କା ରହିଛି । ମୁଣ୍ଡପିଛା ଋଣରେ ଓଡିଶା ନିମ୍ନ ଆଡୁ ଦ୍ଵିତୀୟ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ।

odisha’s debt borden rises by 375 in 10 years

Related Posts

Seo wordpress plugin by www.seowizard.org.