Odisha News

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୦୩ ଜଣ କରୋନା ପଜିଟିଭ ଚିହ୍ନଟ, ୨୧ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି

ଭୁବନେଶ୍ବର,୮/୨: ମଙ୍ଗଳବାର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏଥିମଧ୍ୟରୁ ୩୨୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୫ ଜଣ, ବାଲେଶ୍ୱରରୁ ୩୦ ଜଣ, ବରଗଡ଼ରୁ ୨୧ ଜଣ, ଭଦ୍ରକରୁ ୨୦ ଜଣ, ବଲାଙ୍ଗୀରରୁ ୩୩ ଜଣ, ବୌଦ୍ଧ ଜିଲ୍ଲାରୁ ୧୦, କଟକରୁ ୮୩ ଜଣ, ଦେବଗଡ଼ରୁ ୨୫ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୩୭, ଗଞ୍ଜାମରୁ ୨୬ଜଣ, ଜଗତସିଂହପୁରରୁ ୪୨ ଜଣ, ଯାଜପୁରରୁ ୫୫ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡିରୁ ୪୦ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, କେଉଁଝରରୁ ୩୬ ଜଣ, ଖୋର୍ଦ୍ଧାରୁ ୩୩୩ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୮ ଜଣ, ମୟୁରଭଞ୍ଜରୁ ୧୦୮ ଜଣ, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୫୩ ଜଣ, ନୂଆପଡ଼ାରୁ ୨୫ ଜଣ, ପୁରୀରୁ ୫୪ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୨୬ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୫୭ ଜଣ ଓ ଷ୍ଟେଟ ପୁଲରୁ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୬୯, ୮୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୪୧, ୫୯୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୯, ୩୮୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସେହିପରି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ମୃତକ ଅଛନ୍ତି। ଅପରପକ୍ଷରେ ସୁନ୍ଦରଗଡ଼, ବାଲେଶ୍ବର ଓ କଟକ ଜିଲ୍ଲାର ଦୁଇ ଜଣ ଲେଖାଏଁ କୋଭିଡ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏଣେ ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୂଆପଡ଼ା, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ଏଣେ ସୁନ୍ଦରଗଡ଼ର ଏକ ୩ ମାସର ଶିଶୁପୁତ୍ର ଓ ୯ ବର୍ଷର ବାଳକ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାୁରୁ ଜଣେ ମାତ୍ର ସଂକ୍ରମିତଙ୍କ ମୃତ୍ୟୁ ରାଜଧାନୀବାସୀଙ୍କୁ କିଛିଟା ଆଶ୍ବସ୍ତି ଦେଇଛି।

Related Posts

Seo wordpress plugin by www.seowizard.org.