Odisha News

ରାଜ୍ୟରେ କରୋନା ନେଲା ଆଉ ୭ଜଣଙ୍କ ଜୀବନ, ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ୱର,୨୭/୭: ରାଜ୍ୟରେ ଦିନକୁ ଦିନ କରୋନାର ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ପ୍ରତ୍ୟକ ଦିନ ରେକଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଥିଲା ବେଳେ ମୁତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଓଡ଼ିଶାରେ ଆଜି ପୁୁଣି ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଟ୍ବିଟ୍ ଅନୁଯାୟୀ ୭ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ, ସୁନ୍ଦରଗଡ଼, କଟକ, ମାଲକାନଗିରି ଓ ଭୁବନେଶ୍ବର ମହାନଗର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସୁନ୍ଦରଗଡ ଜିଲ୍ଲାରୁ ମୃତ ବ୍ୟକ୍ତିଙ୍କ ବୟସ ୬୩ ବର୍ଷ ହୋଇଥିବା ବେଳେ ଭୁବନେଶ୍ୱରୁ ଜଣେ ୪୫ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ୩ମୃତକଙ୍କ ମଧ୍ୟରୁ ଜଣେ ୫୮ବର୍ଷୀୟ ପୁରୁଷ , ୫୫ ବର୍ଷୀୟ ପୁରୁଷ ସହ ଜଣେ ୫୧ବର୍ଷୀୟ ମହିଳା ରହିଛନ୍ତି । କଟକ ଜିଲ୍ଲାରୁ ଜଣେ ୬୬ବର୍ଷୀୟ ପୁରୁଷ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଜଣେ ୫୧ବର୍ଷୀୟ ପୁରୁଷ ରହିଛନ୍ତି ।

Related Posts

Seo wordpress plugin by www.seowizard.org.