Odisha News

ରାଜ୍ୟରେ କରୋନାରେ ନେଲା ପୁଣି ୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୪୨ରେ ପହଁଚିଛି

ଭୁବନେଶ୍ୱର,୭/୭: ରାଜ୍ୟରେ ମଙ୍ଗଳବାର ଦିନ କରୋନାରେ ପୁଣି ୪ ଜଣ ଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୩ ଜଣ କରୋନା ରୋଗୀ। ଗଞ୍ଜାମର ୩ ମୃତକ ପୁରୁଷ ଓ ସେମାନଙ୍କର ବୟସ ୭୦, ୬୦ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।
ଆଉ ଜଣେ ମୃତକ କଟକ ଜିଲ୍ଲାର ୪୮ ବର୍ଷୀୟ ପୁରୁଷ। ଏହାକୁ ମିଶାଇ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା।


ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ଦର୍ଶାଇଛନ୍ତି ସରକାର। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କଟକର ଓ ଜଣେ ମୟୂରଭଞ୍ଜର ବୋଲି ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.