Odisha News

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ୧୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୫/୬: ରାଜ୍ୟରେ ଦିନକୁ ଦିନ କରେନା ସ୍ଥିତି ଅଣାୟତ ହେଉଛି । ଆଜି ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଟ୍ବିଟ୍ ଅନୁଯାୟୀ ୬ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ବାଲେଶ୍ବର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ, ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ ରହିଛନ୍ତି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୫୪ ବର୍ଷୀୟ ଓ ୬୦ବର୍ଷୀୟ ପୁରୁଷ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨ଜଣ ୬୦ବର୍ଷୀୟ ପୁରୁଷ , ୩୦ ବର୍ଷୀୟ ଯୁବକ ରହିଛନ୍ତି । ସେହିପରି ବାଲେଶ୍ୱରରୁ ଜଣେ ୩୭ବର୍ଷୀୟ ପୁରୁଷ ରହିଥିବା ବେଳେ ଆଉ ଜଣେ ୬୦ ବର୍ଷୀୟ ମହିଳା ରହିଛନ୍ତି । ଝାରସୁଗୁଡା ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ପୁରୁଷ ରହିଛନ୍ତି । ରାୟଗଡା ଜିଲ୍ଲାରୁ ଜଣେ ୪୭ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ଜଣେ ୩୭ ବର୍ଷାୟ ପୁରୁଷ ରହିଛନ୍ତି ।

Related Posts

Seo wordpress plugin by www.seowizard.org.