ରାଜନୀତିରେ ଯୋଗ ଦେଇ ପରାମର୍ଶ ଦିଅନ୍ତୁ : ବିଶିଷ୍ଠ ଆର ଏସ ଏସ କର୍ମୀ ରବି କୁମାର

ବରଦା ପ୍ରଦନ୍ନ ଦାସଙ୍କ ରିପୋର୍ଟ
କଟକ, ୨/୬ : ବିଶ୍ଵ ର ନେତା ଓ ବିଶିଷ୍ଟ ବ୍ୟକ୍ତି ମାନେ ସନକ୍ଷତନି ହିନ୍ଦୁ ଧର୍ମ ଦ୍ଵାରା କିପରି ପ୍ରଭାବିତ ସେ ସମ୍ପର୍କରେ ବିଶିଷ୍ଟ ସ୍ଵୟଂ ସେବା ସଂଘ କର୍ମୀ ରବି କୁମାର ନିଜ ଅନୁଭୂତି ରୁ ପ୍ରକାଶ କରି ଛନ୍ତି ।
ଥୀଙ୍କର୍ସ କ୍ଲବ ର ୧୨୨ ତମ ଆଭାସି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦେଶରେ ଆର ଏସ ଏସ ସଂଗଠନ ପାଇଁ କାର୍ଯ୍ୟ କରିଥିବା କର୍ମୀ ରବିକୁମାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ପ୍ରତିଷ୍ଠା ଓ ଶତବାର୍ଷିକ ସମ୍ପର୍କରେ କହିଥିଲେ ।
ଶ୍ରୋତା ଙ୍କ ପ୍ରଶ୍ନ ର ଉତ୍ତର ଦେବା ବେଳେ ସେ କହିଲେ ଯେ ପ୍ରଥମେ ରାଜନୀତି ରେ ଯୋଗ ଦିଅନ୍ତୁ ପରେ ପରାମର୍ଶ ଦେବେ । ଖାଲି କହିଦେଲେ ହେବ ନାହିଁ । ଏହା ଥିଲା ତାଙ୍କ ମତ ।
ଥିଙ୍କର୍ସ କ୍ଲବ ର ସଭାପତି ବରଦା ଦାସ ସଭା କୁ ସଂଯୋଜନା କରି ଆର୍ ଏସ ଏସ ସଂଗଠନ ୧୦୦ ବର୍ଷ ରେ ପଦାର୍ପଣ କରିଥିବାରୁ ଆଜି କର୍ମୀ ମାନେ ଗର୍ବ ଅନୁଭବ କରୁଥିବା ବିଷୟ କହିଥିଲେ ।
ସର୍ଵଶ୍ରୀ ଡ ନନ୍ଦ ନନ୍ଦନ ଦାସ, ଉମାଶଙ୍କର ମିଶ୍ର,ପ୍ରତାପ ରାଉତ,ସର୍ବେଶ୍ଵର ବେହେରା ପ୍ରଶ୍ନ ପଚାରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ କ୍ଷ ପ୍ରଫେସର ମଧୁସୂଦନ ଦାସ, ପଦ୍ମଯା ଦେବତା,ପ୍ରଫେସର କମଳା ମହାପାତ୍ର,ବିଶ୍ବରଂଜନ,ସସ୍ମିତା ପାଣିଗ୍ରାହୀ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇଥିଲେ ।