Odisha News

ରାଜଧାନୀରେ ରେଭ୍ ପାର୍ଟି ଉପରେ ଚଢାଉ, ରିସୋର୍ଟର ମାଲିକ ଓ ମ୍ୟାନେଜର ଗିରଫ

ଭୁବନେଶ୍ୱର,୫/୧୧: ଭୁବନେଶ୍ୱରରେ ରେଭ୍ ପାର୍ଟି ଉପରେ ପୁଲିସର ଚଢାଉ ଓ ୨ ଗିରଫ। ଗତକାଲି ଚନ୍ଦକା ଥାନା ଅନ୍ତର୍ଗତ ଛତାବର ସ୍ଥିତ ଏକ ରିସର୍ଟରେ ବିଳମ୍ବିତ ରାତି ଯାଏଁ ଚାଲୁଥିଲା ଏହି ପାର୍ଟି। ବିନା ଅନୁମତିରେ ବିଳମ୍ବିତ ରାତି ଯାଏଁ ପାର୍ଟି ଚାଲିଥିବା ଏବଂ ଏଥିରେ ନିଶାସେବନ ହେଉଥିବା ଖବର ପାଇ ଚଢାଉ ହୋଇଥିଲା।
ସ୍ପେସାଲ ସ୍କ୍ୱାଡ୍ ଏବଂ ଚନ୍ଦକା ଥାନା ପୁଲିସ ଏହି ରେଡ କରି ରିସର୍ଟର ମାଲିକ ଶିବ ପ୍ରସାଦ ପଟ୍ଟନାୟକ ଏବଂ କେୟାର ଟେକର ମ୍ୟାନେଜର ରାହୁଲ ମଲ୍ଲିକଙ୍କୁ ଗିରଫ କରିଛନ୍ତି। ସେଠାରୁ ପ୍ରାୟ ୨୦ ଲିଟର କେନ୍ ବିୟର ଏବଂ କିଛି ନିଶା ସେବନ ସାମଗ୍ରୀ ଜବତ କରାଯାଇଛି। ଏହି ପାର୍ଟିରେ ୪୦ରୋଇ ୫୦ ଟିନ୍ ଏଜ୍ ଯୁବକ ଯୁବତୀ ସାମିଲ ହୋଇଥିଲେ।
ତେବେ ପୁଲିସର ଅତର୍କିତ ଚଢାଉରେ ସେମାନଙ୍କ ମଧ୍ୟରୁ କିଛି ଖସି ପଳାଇଥିଲେ। ପ୍ରାୟ ୨୦ ଅଧିକ ଯୁବକ ଯୁବତୀଙ୍କୁ ଧରି ପୁଲିସ ପଚରାଉଚରା କରି ଛାଡିଦେଇଥିବା ସୂଚନା ମିଳିଛି। ସେପଟେ ଏହି ରିସୋର୍ଟ ପାଇଁ ବାର୍ ଲାଇସେନ୍ସ କିମ୍ବା ଆଲକହଲ ଲାଇସେନ୍ସ ନଥିବା ପୁଲିସ ପକ୍ଷରୁ କୁହାଯାଇଛି। ଆଗକୁ ନୂଆ ବର୍ଷ ଆସୁଥିବାରୁ ଏଭଳି ପାର୍ଟି ଆୟୋଜନ ଉପରେ ପୁଲିସର କଡା ନଜର ରହିବ ବୋଲି ଏସିପି କହିଛନ୍ତି।
ସେପଟେ ଏହି ରିସର୍ଟକୁ ସିଲ କରିବାକୁ ଅବକାରୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

Related Posts

Seo wordpress plugin by www.seowizard.org.