Odisha News

ରାଜଧାନୀରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଘର ଭିତରୁ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୮/୪: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଏକ ଘର ଭିତରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ୧୫ ମାସର ଶିଶୁକନ୍ୟା ଥିବା ଜଣାଯାଇଛି।
ଏଥିସହ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ବି ଠାବ ହୋଇଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ମୃତକମାନେ ହେଲେ ତୁଷାର ଜଗତପ, ସୁବିନ୍ୟା ଓ ନୀଲା । ତୁଷାରଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ରହିଛି। ସେ ଏକ ହୋଟେଲରେ କାମ କରନ୍ତି।
ତାଙ୍କର ଜମିବାଡ଼ି ବିବାଦ ଥିଲା ବୋଲି କୁହାଯାଉଛି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Related Posts

Seo wordpress plugin by www.seowizard.org.