Odisha News

ରାଜଧାନୀରେ ବ୍ରାଉନସୁଗର ଖାଇ ସିରିଜ୍ ଦୁର୍ଘଟଣା ! ୩ ଗୁରୁତର

ଭୁବନେଶ୍ବର,୧୨/୩: ଦୃତ ଗତି ମହାବିପତ୍ତି। ଦୃତଗତିରେ ଗାଡ଼ି ଚଳାଉଥିବା ଚାଳକ ନିଜର କ୍ଷତି କରୁଥିବା ବେଳେ ଅନ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ସଡ଼କ ସୁରକ୍ଷା ନିୟମକୁ ଖାତିର ନକରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଦରକାର ପଡ଼ିଲେ ଲୋକେ ମାଡ଼ ମଧ୍ୟ ମାରି ଶେଷରେ ପୁଲିସ ହାତରେ ଜିମା ଦେଇଥାନ୍ତି। ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍ଣରେ ଏଭଳି ଘଟଣା ଦେଖିବାକୁ ମିଳିଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର‌୍ୟ୍ୟନଗର ଅଞ୍ଚଳରେ ବ୍ରାଉନସୁଗର ଖାଇ ସିରିଜ ଦୁର୍ଘଟଣା ଘଟାଇଥିବା ଜଣେ କାର ଚାଳକଙ୍କ ପାଇଁ ୩ ଜଣ ଲୋକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ କାର ଚାଳକ ଓ ଚାଳକଙ୍କ ୨ ଜଣ ସାଥୀଙ୍କୁ ସ୍ଥାନୀୟ ଲୋକେ ମାଡ଼ି ବସି ପୁଲିସ ହାତରେ ଜିମା ଦେଇଛନ୍ତି।
ସୂଚନା ଅନୁସାରେ ସୂର‌୍ୟ୍ୟନଗର ଥାନା ଅଞ୍ଚଳରେ ଆଜି ଅପରାହ୍ଣ ସମୟରେ ଦ୍ରୁତଗତିରେ ଯାଉଥିବା ଏକ କାର ଯୋଗୁଁ ୩ ଜଣ ଲୋକ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ଲୋକେ ସୂର‌୍ୟ୍ୟନଗରରେ ମାଡି ବସିଥିଲେ। ୩ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୁଲିସ ଜିମା ଦେଇଛନ୍ତି। ଏନେଇ କ୍ୟାପିଟାଲ ଥାନା ପୁଲିସର ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଗାଡି ଭିତରୁ ବ୍ରାଉନସୁଗର ଟାଣିବା ସାମଗ୍ରୀ ମଧ୍ୟ ପାଇଛି। ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Posts

Seo wordpress plugin by www.seowizard.org.