ରାଜଧାନୀରେ ପୁଣି ଲଜ୍ଜା : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୨/୧୨ : ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ପ୍ରାପ୍ତ ହୋଇଛି ।
ପ୍ରାଥମିକ ସୂଚନା ମୁତାବକ, ଗତକାଲି ବାପା ମାଆ ଘରେ ନ ଥିବାବେଳେ ନାବାଳିକାଟି ଘରେ ଏକୁଟିଆ ଥିଲେ । ଏହି ସମୟରେ ଘର ମାଲିକର ଝିଅଟି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ ।
ଏକୁଟିଆ ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ । ବାପା ମାଆ ଘରକୁ ଫେରିବା ପରେ ତୁରନ୍ତ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ପୀଡ଼ିତା ଜଣକ ଏବେବି ଚିକିତ୍ସାଧୀନ ଅଛନ୍ତି ।
ଏହା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଥାନା ପୋଲିସ ମାମଲାକୁ ପରିଚାଳନା କରୁଥିବାବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି ।




