Odisha News

ରାଉରକେଲାରୁ ୧୬ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ

ଭୁବନେଶ୍ୱର, ୧୧/୯: ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍ଟିଏଫ୍। ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ ଏହି ନକଲି ନୋଟ୍ ଜବତ କରାଯାଇଛି। ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସେକ୍ ଅହମଦ।
କୌଣସି ସୂତ୍ରରୁ ସୂଚନା ପାଇ ରାଉରକେଲା ପୁଲିସ୍ ସହାୟତାରେ ଏସ୍ଟିଏଫ୍ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ସେଠାରୁ ସେକ୍ ଅହମଦକୁ ଧରିବା ସହିତ ଏସ୍ଟିଏଫ ନକଲି ନୋଟ୍ ଜବତ କରିଥିଲା। ଏହା ସହିତ ସେକ୍ ଠାରୁ ଗୋଟିଏ ଲ୍ୟାପ୍ଟପ୍, ଗୋଟିଏ କଲର ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

Related Posts

Seo wordpress plugin by www.seowizard.org.