Odisha News

ରାଉରକେଲାରୁ ଦିଲୀପ ରାୟ ବିଜେପି ପ୍ରାର୍ଥୀ, ପ୍ରାର୍ଥୀତ୍ୱ ଚୂଡାନ୍ତ ହୋଇଥିବା କହିଲେ ଜୁଏଲ ଓରାମ

ଭୁବନେଶ୍ବର, ୯/୪: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି।
ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ଇସାରା ଦେଇଛନ୍ତି।
ସେ କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀ ଘୋଷଣା ହୋଇପାରେ। ଏବେ ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି। ତେଣୁ ତାଙ୍କୁ ଟିକେଟ୍ ମିଳିପାରେ।
ତଳସରା ନିର୍ବାଚନ ମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର ବେଳେ ସାଂସଦ ଶ୍ରୀ ଓରାମ କହିଛନ୍ତି, ଦିଲ୍ଲୀପ ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟ ସବୁଜ ସଙ୍କେତ ଦେଇ ସାରିଛନ୍ତି। ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ।
ସୂଚନାଯୋଗ୍ୟ, ଦିଲ୍ଲୀପ ରାୟ ୨୦୧୮ରେ ବିଜେପି ଛାଡ଼ିଥିଲେ। ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ।
୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ କୋଇଲା ଦୁର୍ନୀତି ମାମଲାରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ସହ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ପାଇବାରେ ସଫଳ ହୋଇଛନ୍ତି।

Related Posts

Seo wordpress plugin by www.seowizard.org.