Odisha News

ରତ୍ନଭଣ୍ଡାର ପ୍ରସଙ୍ଗ:ଏଏସଆଇ ଚିଠିକୁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି: ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର, ୨୩/୯: ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ଯେତେବେଳେ ଆବଶ୍ୟକ ପଡେ ସେବେ ମରାମତି କଥା ଆସେ । ଏଏସ୍ଆଇ ଯେଉଁ ଚିଠି ଲେଖିଛନ୍ତି ତାକୁ ତର୍ଜମା କରିବା ପରେ ନିଷ୍ପତ୍ତି ନିଆଯିବ । ଆଲୋଚନା ପର୍ଯ୍ୟାଲୋଚନା ପରେ ହିଁ ନିଷ୍ପତ୍ତି ନିଆଯାଇ ପାରିବ ।
ସେହିପରି ରତ୍ନଭଣ୍ଡାର ସୁରକ୍ଷିତ ଅଛି ତ ବୋଲି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତରରେ କହିଛନ୍ତି ଯେ, ଆପଣ ଦେଖିଛନ୍ତି ନା ମୁଁ ଦେଖିଛି । ରତ୍ନ ଭଣ୍ଡାର କଣ କିଏ ଦେଖିଛି । ସମସ୍ତ ଟିମ ସହିତ ଆଲୋଚନା ହେବା ପରେ ହିଁ ରତ୍ନଭଣ୍ଡାର ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ ।

Related Posts

Seo wordpress plugin by www.seowizard.org.