Odisha News

ଯୁକ୍ରେନରୁ ଆମେରିକା ନାଗରିକ ଖୁବ୍ ଶୀଘ୍ର ଫେରିଆସିବାକୁ ବାଇଡେନ୍‌ଙ୍କ ପରାମର୍ଶ

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଭୁବନେଶ୍ୱର,୧୩/୨: ଆମେରିକା ଓ ଋଷିଆ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବିଶ୍ୱର ଏହି ଦୁଇ ମହାଶକ୍ତି ମଧ୍ୟରେ ବିବାଦ ଘନୀଭୂତ ହୋଇ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆକଳନ କରାଯାଉଛି । ୟୁକ୍ରେନର ସୀମା ବିବାଦକୁ ନେଇ ଦୁଇ ମହାଶକ୍ତି ମୁହାଁ ମୁହିଁ ହୋଇଛନ୍ତି । ଯାହାର ପରିଣାମ ଅତି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି ।
ଋଷର ପଡ଼ୋଶୀ ରାଷ୍ଟ୍ର ଯୁକ୍ରେନକୁ ନେଇ ଏହି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଲାଗିଛି ସଂଘର୍ଷ । ଋଷ ଯଦିଓ ଯୁଦ୍ଧ ପାଇଁ ସିଧାସଳଖ ମନା କରୁଛନ୍ତି, ତଥାପି ଗୁପ୍ତ ଭାବେ ଯୁଦ୍ଧ ପାଇଁ ପ୍ରସୃତି କରୁଛନ୍ତି ବୋଲି ଅନେକ ରିପୋର୍ଟରେ କୁହାଯାଉଛି ।
ଋଷର ସାମରିକ ବାହିନୀ ଚେତାବନୀ ପରେ ଆମେରିକା ସଜାଗ ହୋଇଯାଇଛି । ଯୁକ୍ରେନରେ ରହୁଥିବା ଆମେରିକାବାସୀଙ୍କୁ ଖୁବ୍ ଶୀଘ୍ର ନିଜ ଦେଶକୁ ଫେରିଆସିବାକୁ ସତର୍କ କରିଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ । ଯେଉଁମାନେ ୟୁକ୍ରେନ୍ରେ ରହିବେ ସତର୍କତାର ସହ ରହିବାକୁ କହିଛନ୍ତି । କାରଣ ସେମାନଙ୍କ ଜୀବନ ପ୍ରତି ବିପଦ ରହିବ ।
ଋଷିଆ କୌଣସି ମୁହୁ ର୍ରେ ଯୁକ୍ରେନ୍ ଉପରେ ଆକ୍ରମଣ କରିପାରେ ବୋଲି ଜାତୀୟ ନିରାପ । ପରାମର୍ଶଦାତା ଜାକେ ସୁଲିଭାନ କହିଛନ୍ତି ।
ସେ ଏହା ମଧ୍ୟ ଆକଳନ କରୁଛି ଯେ ଋଷ ପ୍ରଥମେ ଆକାଶ ମାର୍ଗରୁ ଆକ୍ରମଣ କରିପାରେ, ତା’ସହ ମିଶାଇଲ ଦ୍ୱାରା ଆକ୍ରମଣ କରିପାରେ ।
ଆମେରିକାର ଖୁପିଆ ସଂସ୍ଥା ଦ୍ୱାରା କୁହାଯାଇଛି ଶୀତକାଳୀନ ଅଲମ୍ପିକ୍ ଫ୍ରେବୃଆରୀ ୨୦ ତାରିଖରେ ସରିବାକୁ ଥିଲା ବେଳେ ଏହା ପୁର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଯୁକ୍ରେନ୍ର ରାଜଧାନୀ କିୟୁ ଉପରେ ଆକ୍ରମଣର ନିର୍ଦେଶ ଦେଇପାରିନ୍ତି ।
ଯଦି ଆକଳନ ମୁତାବକ ଋଷିଆ ଯୁକ୍ରେନ୍ ଉପରେ ଆକ୍ରମଣ କରିବ ଆମେରିକା ତା’ର ନାଗରିକୀୟଙ୍କୁ ଉଦ୍ଧାର କରିବା ପାଇଁ ଯାଇପାରିବନି । ସେଥିପାଇଁ ଯଥା ଶୀଘ୍ର ଆମେରିକାବାସୀ ନିଜ ଦେଶକୁ ଫେରିଆସିବାକୁ କହିଛନ୍ତି ବାଇଡେନ୍ ।
ସେ କହିଛନ୍ତି ଖୁବ୍ ଶିଘ୍ର ଏହି ପରିସ୍ଥିତି ଖରାପ ଆଡକୁ ଯାଇପାରେ ।
ଋଷିଆ ବାରମ୍ବାର ଯୁଦ୍ଧ ପାଇଁ ମନା କରୁଥିବା ବେଳେ ଏହି ଦେଶ ଯୁକ୍ରେନ୍ ସୀମାରେ ୧ଲକ୍ଷ ସୈନ୍ୟ ନିୟୋଜିତ କରିଛି ।
ଋଷିଆର ପଡ଼ୋଶୀ ଦେଶ ବେଲାରୁ ଓ ଯୁକ୍ରେନ୍ ଅଭିଯୋଗ କରିଛନ୍ତି ଯେ ଋଷିଆ ସମୁଦ୍ରିକ ରାସ୍ତାକୁ ସମ୍ପୃର୍ଣ୍ଣ ବନ୍ଦ କରିଦେଇଛି । ଏହି ସୀମାରେ ଋଷିଆର ବହୁ ସଂଖ୍ୟାରେ ସେନା ସାମରିକ ଅଭ୍ୟାସ କରୁଛନ୍ତି ।
ଆମେରିକା କହିବା ମୁତାବକ ଯଦି ଋଷିଆ ଯୁକ୍ରେନ୍ ଉପରେ ଆକ୍ରମଣ କରିବ ତାହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧ ହେବ ।
ଯୁଦ୍ଧକୁ ନେଇ ଯଦିଓ ବ ର୍ମାନ ପର‌୍ୟ୍ୟନ୍ତ କୌଣସି କଥା ସାମ୍ମାକୁ ଆସିନି, ହେଲେ କୌଣସିବି ମୁହୁ ର୍ରେ ଯୁଦ୍ଧ ହୋଇପାରେ ବୋଲି ଚର୍ଚ୍ଚାରେ ଜୋର ଧରିଛି ।
ଅନ୍ୟପଟେ ନିୟୁଜିଲାଣ୍ଡ ସରକାର ମଧ୍ୟ ତା’ର ନାଗରୀକଙ୍କୁ ଯୁକ୍ରେନ୍ରୁ ପଳାଇ ଆସିବା ପାଇଁ କହିସାରିଛନ୍ତି । ନିୟୁଜିଲାଣ୍ଡ ସରକାର ତାର ନାଜରୀକଙ୍କୁ ନିଜ ଦେଶକୁ ଫେରାଇ ନେବା ପାଇଁ ବାଣିଜିକ ବିମାନର ବ୍ୟବସ୍ତା କରିଛି ।
ଦୁଇ ମହାଶକ୍ତି ଭିତରେ ଲାଗିରହିଥିବା ବିବାଦ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ।
ୟୁକ୍ରେନ୍କୁ ନେଇ ଯେଉଁ ଭୟଙ୍କୀର ପରିସ୍ଥିତି ସୃଷ୍ଟି ହୋଇଛି ତାହା ଋଷ ଓ ଆମେରିକା ମଧ୍ୟରେ ପୁରୁଣା ତିକ୍ତତା । ଆମେରିକା ଚାହୁଁଛି ୟୁକ୍ରେନ୍ର ପଡୋଶି ଦେଶ ନାଟୋ ଅସ୍ତ୍ରଶସ୍ତ୍ର ପାଇଁ ବ୍ୟବହାର କରିବା ପାଇଁ । ହେଲେ ୟୁକ୍ରେନ୍ର ପଡୋଶୀ ଦେଶ ଋଷକୁ ଭୟ ଘାରିଛି ଯଦି ଆମେରିକା ନାଟୋକୁ ନିଜ ନିୟନ୍ତ୍ରଣରେ ନେଇଯିବ ଋଷର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ ।
ନାଟୋ ଯାହାକି ନରଥ୍ ଆଣ୍ଡ୍ଲାଟିକ୍ ଅରଗାନାଇଜେସନ୍ ଏହା ଏପରି ଏକ ସଂଗଠନ ଯାହାକୁ ୧୯୪୫ମସିହାରେ ହୋଇଥିବା ଶୀତଳ ଯୁଦ୍ଧ ସମୟରେ ଋଷକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମେରିକା ପକ୍ଷରୁ ଗଠନ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.