Odisha News

ଯାତ୍ରୀବାହୀ ବସ୍-କାର୍ ମୁହାଁମୁହିଁ ଧକ୍କା : ଦୁଇ ମୃତ, ୩ ଗୁରୁତର

ଭବାନୀପାଟଣା,୩/୧: ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଓ କାର୍ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍ରେ ଥିବା ୨ ମହିଳା ଗୁରୁତର ହୋଇଛନ୍ତି। ବସ୍ର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି।
‘ଦିଲଖୁସ୍’ ନାମକ ଘରୋଇ ବସ୍ ଗତକାଲି ଭୁବନେଶ୍ୱରରୁ କଳାହାଣ୍ଡି ଅଭିମୁଖେ ଯାଉଥିଲା। ବସ୍ଟି ରାତିରେ କେସିଙ୍ଗା ଥାନା ଚାଂଚେର ନିକଟରେ ଅତିକ୍ରମ କରୁଥିବା ବେଳେ ବିପରୀତି ଦିଗରୁ ଆସୁଥିବା ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
। ସେମାନଙ୍କ ମଧ୍ୟରୁ ଜଣେ ଭବାନୀପାଟଣା ର ଅନ୍ୟ ଜଣେ ଯାଜପୁରର ବୋଲି ଜଣା ପଡିଛି। ଏହି ଦୁର୍ଘଟଣା ରେ ୨ ମହିଳା ଗୁରୁତର ଆହତ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବସ୍ ଓ କାର୍ର ସମ୍ମୁଖ ଭାଙ୍ଗି ଚୁରମାର ହୋଇ ଯାଇଛି।
ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି।

Related Posts

Seo wordpress plugin by www.seowizard.org.