Odisha News

ଯାଜପୁରର ନୂତନ ଜିଲ୍ଳାପାଳ ଭାବେ ଡଃ ଶୁଭଙ୍କର ମହାପାତ୍ର ଯୋଗ ଦେଇଛନ୍ତି

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧/୨ : ଆଜି ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଡଃ ଶୁଭଙ୍କର ମହାପାତ୍ର ଯୋଗ ଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ ପୂର୍ବରୁ ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରି ଆଶିଷ କାମନା କରିଥିଲେ ।
ଏହା ପରେ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ସହ ଭାରପ୍ରାପ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସମାଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।
ପୂର୍ବରୁ ସେ ରାଉରକେଲା ମହାନଗର ନିଗମର ଆୟୁକ୍ତ ଭାବେ କାର୍ଯ୍ୟ କରିଥିଲେ। ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱାଗତ କରିଥିଲେ ।

Related Posts

Seo wordpress plugin by www.seowizard.org.