Odisha News

ମୟୂରଭଞ୍ଜ : ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ

ରାଇରଙ୍ଗପୁର, ୨୩/୪: ମୟୂରଭଞ୍ଜ ଜିଲ୍ଲାରେ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ।
ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯଶିପୁର ଥାନା ଅନ୍ତର୍ଗତ ଯଶିପୁରରେ। ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ୯.୦୦ ସମୟରେ ମା’ ସାଳନ୍ଦୀ ନାଏକ(୬୦) କୁ ୧୦୦ ଟଙ୍କା ମାଗିଥିଲା ପୁଅ ସରୋଜ(୨୧)।
କିନ୍ତୁ ଗରିବ ଶ୍ରେଣୀର ହୋଇଥିବାରୁ ମା’ ଦେଇ ପାରିନଥିଲେ। ଫଳରେ ରାଗରେ ତମ୍ ତମ୍ ହୋଇ ପାଖରେ ଥିବା ଏକ ଠେଙ୍ଗା ସାହାଯ୍ୟରେ ବାରମ୍ବାର ମା’କୁ ପିଟି ଚାଲିଥିଲା ପୁଅ।
ଶେଷରେ ମା’ ଚିରଦିନ ପାଇଁ ଆଖି ବୁଜି ଦେଇଥିଲା। ଖବର ପାଇ ଯଶିପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡାକି ଅଧିକ ତଦନ୍ତ ଆରମ୍ଭ କରିଛି।
ତେବେ ଯଶିପୁର ହାଟ ପଡିଆ ନିକଟରେ ଏହି ଘଟଣା ଘଟିଥିବା ବେଳେ ମା’କୁ ହତ୍ୟା କରିବା ପରେ ପୁଅ ସରୋଜ ନାଏକ ଫେରାର୍ ହୋଇ ଯାଇଥିବା ସୂଚନା ରହିଛି।

Related Posts

Seo wordpress plugin by www.seowizard.org.