ମେ ୬ରୁ ଜୁନ୍ ୧୯ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ, ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ

ଭୁବନେଶ୍ବର, ୧୬/୪ : ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ସକାଳୁଆ ସ୍କୁଲ କରିଛନ୍ତି । ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି ।
ବ ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏକାଡେମିକ୍ କ୍ୟାଲେଣ୍ଡରରେ ଆସନ୍ତା ମେ ୬ ତାରିଖରେ ଛାତ୍ରଛାତ୍ରୀମାନଙ୍କୁ ଖରା ଛୁଟି ମିଳିବ । ଆଗାମୀ ଦିନରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବାକୁ ଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି । ଖରା ଛୁଟି ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ ।
ଏକାଡେମିକ୍ କ୍ୟାଲେଣ୍ଡରରେ ୨୩୧ଟି କାର୍ୟ୍ୟଦିବସ ରହିଛି । ୫୨ଟି ରବିବାର, ୮୦ଟି ପୂଜା ଓ ବିଭିନ୍ନ ଛୁଟି, ଅତିରିକ୍ତ ୨ଟି ଛୁଟି ମଧ୍ୟ ରହିଛି । ଛୁଟି ବ୍ୟତୀତ ଅନ୍ୟ ଦିନମାନଙ୍କରେ କାର୍ୟ୍ୟଦିବସ ରହିଛି ।